ବେଲଗୁଣ୍ଠା,୦୬/୦୯(ପିପିଟି):ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଅବସରରେ ବେଲଗୁଣ୍ଠା ବ୍ଲକ ଲୁଦୁଲୁଦି ଠାରେ ପ୍ରଭୁ ଗଣେଶଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ କାହ୍ନୁ ଚରଣ ଶଢଙ୍ଗୀଙ୍କ ରଚନା ଓ ନିର୍ଦ୍ଦେଶନାରେ ଗ୍ରାମର କୁନି କୁନି କଳାକାର ମାନଙ୍କ ଦ୍ୱାରା ପୌରାଣିକ ନାଟକ ଗଣେଶ ଜନ୍ମ ମଞ୍ଚସ୍ଥ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନିଖିଳ ଓଡିଶା ବରିଷ୍ଠ କଳାକାର ସଂଘର ମହାସଚିବ ସୁବାଷ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ବଡପଡ଼ା ସରପଞ୍ଚ ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ ପୀତବାସ ସାହୁ, ବରିଷ୍ଠ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା,ଭଞ୍ଜନଗର ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସାମ୍ବାଦିକ ରତ୍ନାକର ସାହୁ,ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ ଓ ଶରତ ଚନ୍ଦ୍ର ସ୍ୱାଇଁ ମଞ୍ଚରେ ଉପସ୍ଥିତ ଥିଲେ।ଆଧୁନିକ ଯୁଗରେ ଧୀରେ ଧୀରେ ପୌରାଣିକ ନାଟକ ଲୋପ ପାଇବାକୁ ବସିଲାଣି ଯାହାଫଳରେ ଆମ କଳା, ସଂକୃତି ଓ ପରମ୍ପରାକୁ ଜୀବିତ ରଖିବା ପାଇଁ ପୌରାଣିକ ନାଟକ, ଲୋକ ନୃତ୍ୟ,ଭଞ୍ଜ ସଙ୍ଗୀତର ପ୍ରଚାର ଓ ପ୍ରସାର ନିହାତି ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ। ନାଟକର ମୋଟ ୧୭ଜଣ କଳାକାରଙ୍କୁ ସଂଘ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post
Next Post