ମାଲକାନଗିରି,ତା୨୬/୧୦(ପିପିଟି); ଆଜି ଓଡିଶା ପୋଲିସ(ଏସଓଜି) ଏବଂ ବିଏଏଫ ୯-ବାଟାଲିୟାନ ଯବାନଙ୍କ ମିଳିତ ଅପରେସନ୍ସ୍ବାଭିମାନ ଅଞ୍ଚଳରେ କରିବା ସମୟରେ ଭୂମିତଳେ ପୋତାଯାଇଥିବା ମାଓ ସାମଗ୍ରୀକୁ କୌଶଳ କ୍ରମେ ଯବାନାମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ଏସଓଜି ଯବାନ ଏବଂ ବିଏସଏଫ ଯବାନମାନଙ୍କ ମିଳ୍ତ ଅପରେସନ ଯୋଡାମ୍ବର ପିଏସ ଅଧିନସ୍ଥ ମୁକୁଡି ପଲ୍ଲୀ, ଗୁରାସେତୁ, ବେଜିଂ, ଜାମ୍ପଲୁରୁ, ପାର୍ଲୁବନ୍ଧ ଆଦି ଗ୍ରାମାଞ୍ଚଳ ପାର୍ଶ୍ବରେ କରିବା ସମୟରେ ମାଓବାଦୀଙ୍କ ଦ୍ବାରା ବିଭିନ୍ନ ମାଓ ସାଗ୍ରୀ ଲୁକ୍କାୟିତ ଅବସ୍ଥାରେ ମାଟି ତଳେ ରଖିଥିବା ବେଳେ ସେ ସବୁ ସାମଗ୍ରୀକୁ ଆଜି ଯବାନମାନେ ଅନୁସନ୍ଧାନ କରି ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଉଦ୍ଧାର କରା ଯାଇଥିବା ମାଓ ସାମଗ୍ରୀ ମଧ୍ଯରେ ଗୋଟାଏ ହାତ ତିଆରି ଦେଶୀ ରିଭଲଭର୍,ଗୋଟାଏ କ୍ଲେମର ମାଇନ୍,କୋଡେକ୍ସ ତାର ୩ ମିଟର,ଧଳା ରଙ୍ଗର ବାରୁଦ ୪୦୦ ଗ୍ରାମ,କଳା ରଙ୍ଗର ବାରୁଦ ୫୦୦ ଗ୍ରାମ,ରୂପା ରଙ୍ଗର ବାରୁଦ ୫୦୦ ଗ୍ରା,୮ଟି ଡିଟେନେଟର,୪୦ କିଲୋ ଓଜନରର ବଡ ଅକ୍ସିଜେନ ସିଲିଣ୍ଡର, ଗୋଟାଏ କେମେରା,୪ଟି ଛୋଟ ଲୁହା ଛଡ,କିଛି ବିଦ୍ଯୁତ ତାର,ଜିପିଏସ ପୁଡିଆ ଏବଂ କିଛି ମାଓବାଦୀ ପୁସ୍ତକ ରହିଛି । ଏ ସବୁ ସାମଗ୍ରୀ ମାଓବାଦୀମାନେ ବିଭିନ୍ନ ବୋମା ତିଆରି ଲାଗି ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇଛି,ଯାହାକି ପରବର୍ତ୍ତି ସମୟରେ ଯବାନମାନଙ୍କ ବିରୁଧରେ ପ୍ରୟୋଗ କରାଯାଇଥାନ୍ତା । ତା ପୂର୍ବରୁ ଯବାନମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣା ପଡିଛି । ଏବେ ବି ସ୍ବାଭିମାନ ଅଞ୍ଚଳ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇ ନଥିବା ଜଣା ପଡିଛି । ପୋଲିସ ଇନଫର୍ମର କହି ମାଓବାଦୀମାନେ ହିଂସା କାଣ୍ଡ ଭିଆଉଥିବ ଜଣାପଡୁଛି ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post