ଲାଠି ପଞ୍ଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ।

0 550

କୁକୁଡାଖଣ୍ଡି,୦୪/୧୨(ପିପିଟି);କିପରି ଜନସାଧାରଣ ହାତ ପାହାନ୍ତାରେ ନିଜ ଗ୍ରାମରେ ସରକାରି ସୁବିଧା ପାଇପାରିବେ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ‘ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ’ ବିଗତ ବର୍ଷ ଠାରୁ ମୋ ସରକାରଙ୍କ ବହୁ ପ୍ରତିକ୍ଷୀତ ମୋ ସରକାର ଯୋଜନାରେ ଆରମ୍ଭ ହୋଇଛି । ଆଜି କୁକୁଡାଖଣ୍ଡି ବ୍ଲକ ଲାଠି ପଞ୍ଚାୟତ ଅନ୍ତର୍ଗତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଡ଼କ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ୨୧ ଜଣଙ୍କୁ ଘରବାରି ପଟ୍ଟା ପ୍ରଦାନ କରାଯାଇଥିବାବେଳେ,୧୧୪ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା,୩୧ ବିବିଧ ପ୍ରମାଣ ପତ୍ର,କାର୍ଯ୍ୟକ୍ରମ ସମୟରେ ହିଁ ୧୭ ଜଣଙ୍କୁ ମାମଲା ସମାଧାନ କରାଯାଇଥିଲା I ୧୮୪୭୯ ଟଙ୍କା କିସମ ପରିବର୍ତ୍ତନ ନିମନ୍ତେ ଧାର୍ଯ୍ୟ ରାଶି ଆଦାୟ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁପେରଭାଇଜର ପ୍ରଭାକର ଗୌଡ଼, ରାଜସ୍ବ ନିରୀକ୍ଷକ ପ୍ରମିଳା ଡୋରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.