ଲାଞ୍ଜିଆ ବିଦ୍ୟାଳୟରେ ” ପ୍ରବେଶ ଉତ୍ସବ ” ପାଳିତ ।

0 226

ବ୍ରହ୍ମପୁର,୨୧/୦୪(ପିପିଟି): କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା କୁମାରୀ ମହାରଣାଙ୍କ ସଭାପତିତ୍ବରେ ” ପ୍ରବେଶ ଉତ୍ସବ ” ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ସ୍ଥାନୀୟ ସମିତି ସଭ୍ୟ ତଥା ବିଶିଷ୍ଟ ସମାଜସେବୀ କାହ୍ନୁ ଚରଣ ପାତ୍ର , ସରପଞ୍ଚ ଅନିଲ ଗୌଡ଼ ଯୋଗଦେଇ ଛାତ୍ରିଛାତ୍ର ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥଲେ । ସଂପୃକ୍ତ ଗୋଷ୍ଠିସାଦନ ସଂଯୋଜକ ଦୁଷ୍ମନ୍ତ କୁମାର ପଟ୍ଟନାୟକ ପ୍ରବେଶ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟତମ ଅତିଥି ଅବସପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବିଦ୍ୟାଳୟ ତଥା ଗ୍ରାମର ସାମାଜିକ ସଚେତନତା ଆଣିବା ପାଇଁ ଚେଷ୍ଟା କରିବାକୁ ଉପଦେଶ ଦେଇଥିଲେ। ନୂତନ ପ୍ରବେଶ ତଥା ଏହି ବିଦ୍ୟାଳୟରୁ ବିଦାୟନେଇଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଶ୍ୟାମଘନ ସାହୁ , ନମିତା କୁମାରୀ ପଟ୍ଟନାୟକ,ରଞ୍ଜୁଲତା ପଟ୍ଟନାୟକ , ରଞ୍ଜିତା ପ୍ରଧାନ , ରୁଚିଶ୍ରୀ ଦେବୀ , ସରସ୍ଵତୀ ସାବତ, ଝୁନୁ ଗୌଡ଼, ରଶ୍ମିତା ମହାଙ୍କୁଡ ସଭାକାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ସଭାପତି ଦାମୋଦର ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.