ବ୍ରହ୍ମପୁର,୨୭/୦୯(ପିପିଟି): ଲାଞ୍ଚ ନେଇ ଇନ୍ଦ୍ରାକ୍ଷୀ ପଞ୍ଚାୟତ ଜିଆରଏସ ଭିଜିଲାନ୍ସ ଦ୍ବାରା ଗିରଫ। ରଙ୍ଗେଇଲୁଣ୍ଡା ବ୍ଲକର ଇନ୍ଦ୍ରାକ୍ଷୀ ପଞ୍ଚାୟତର ଜିଆରଏସ ସିଏଚ.ଚନ୍ଦ୍ରେୟା ୪୭ ଜଣ ଶ୍ରମିକଙ୍କ ଲେବର କାର୍ଡ କରାଇ ଅର୍ଥ ପ୍ରଦାନ ପାଇଁ ୨୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରି ଧରିଥିଲେ। ଜିଆରଏସ ସିଏଚ ଚନ୍ଦ୍ରୟାଙ୍କ ଠାରୁ ୨୭୦୦୦ ଟଙ୍କା ଭିଜିଲାନ୍ସ ଜବତ କରିବା ସହିତ ଗିରଫ କରିଛି। ଭିଜିଲାନ୍ସ କେସ ନମ୍ବର ୨୦/୨୨ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।