ଲାଗିଲା ଜେସିବି, ଭାଙ୍ଗିଲା ବେଆଇନ ଇଟାଭାଟି; ଅନ୍ୟ ଇଟା ଭାଟି ଉପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ -ତହସିଲଦାର।

0 369

କୋଦଳା,୨୦/୦୪(ପିପିଟି): କୋଦଳା ତହସିଲ ଅଧୀନରେ ଇଟାଭାଟି ମାଳ ମାଳ ଗଢି ଉଠିଥିବା ବେଳେ ଏହା ଉପରେ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି। କୋଦଳା ତାହସିଲଦାର ସସ୍ମିତା ଶତପଥୀଙ୍କ ଉପସ୍ଥିତିରେ ଆଜି ସାଙ୍କୁଡ଼ା ପଞ୍ଚାୟତର ସାଙ୍କୁଡ଼ା ଓ ଚଣ୍ଡପଲ୍ଲୀ ଠାରେ ଦୁଇଟି ଭାଟିକୁ ଜେ ସି ବି ଲଗାଇ ଭାଙ୍ଗି ଦିଆଯାଇଛି। ମାର୍ଚ୍ଚ ମାସ ପରେ କୌଣସି ଇଟାଭାଟି ନ ଲଗାଇବା ପାଇଁ ତହସିଲଦାର ତାଗିଦ କରିଥିବା ବେଳେ ଏହି ଇଟା ଭାଟି ଅପ୍ରେଲ ମାସରେ ଲଗାଯାଇଥିବାର ଜାଣି ତହସିଲଦାର ଆଜି ସକାଳୁ ଉକ୍ତ ସ୍ଥାନରେ ପହଞ୍ଚି ତାଙ୍କ ଉପସ୍ଥିତିରେ ଏହି ଇଟା ଭାଟିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସଙ୍ଗେ ସଙ୍ଗେ ଜେସିବି ଡକାଇ ଭଙ୍ଗା ଯାଇଥିଲା ଇଟାଭାଟି ।ବର୍ତ୍ତମାନ ଠାରୁ ଅନ୍ୟ ବେଆଇନ ଇଟାଭାଟି ଗୁଡିକ ଉପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିବା ସହ ପ୍ରବଳ ଗରମ ବେଳେ ଏହି ଇଟାଭାଟି ପୋଡିବା ଆଇନ ବିରୋଧ ବୋଲି କହିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଥିବା ବେଳେ ସମସ୍ତ ବେ ଆଇନ ଇଟାଭାଟିକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.