ଲସି ପିଇ ଶତାଧିକ ବ୍ଯକ୍ତି ଗୁରୁତର,ଜଣେ ମୃତ;ପୋଲସ କଲା ତିନି ଜଣଙ୍କୁ ଗିରଫ ।

0 333

ମାଲକାନଗିରି,୦୫/୦୫(ପିପିଟି);ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକ ନିକଟସ୍ଥ କାଲଦାପଲ୍ଲୀ ପଞ୍ଚାୟତର କୁର୍ତ୍ତି ଠାରେ ପ୍ରତ୍ଯେକ ଶୁକ୍ରବାର ଦିନ ସାପ୍ତାହିକ ହଟ ବସୁଥିବା ବେଳେ ଗତ ଶୁକ୍ରବାର ଦିନ ସେହି ହାଟରେ ଲସି ପିଇ ଶତାଧିକ ଲୋକ ଅସୁସ୍ଥ ହୋଇ ପଡିଥିବା ଗଣ ମାଧ୍ଯମରେ ପ୍ରକାଶ ପାଇଥିଲା । ସେହି ଗୁରୁତରମାନଙ୍କୁ ପଡିଆ ଏବଂ କାଲାମେଳା ତଥା ମାଲକାନଗିରି ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଲା!ତେବେ ପଡିଆ ସ୍ବସ୍ଥ୍ଯ କେନ୍ଦ୍ରରେ ଚିକିତ୍ସାଧିନ ସମୟରେ ୧୨ ବର୍ଷର ଏକ ବାଳିକାର ମୃତ୍ୟ ଘଟିଥିଲା ।ଫଳରେ ଲସି ବିକ୍ରୟ କରୁଥିବା ବାପା ପୁଅ ଏବଂ ଆଉ ଜଣେ କ୍ବାକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ,କୁର୍ତ୍ତି ଗ୍ରାମରେ ପ୍ରତ୍ଯେକ ଶୁକ୍ରବାର ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ଗତ ଶୁକ୍ରବାର ଦିନ ସେଠାରେ ହାଟ ବସିଥିଲା !ସେହ ସାପ୍ତାହିକ ହାଟକୁ ଯିଏ ଯାହାର ଆବଶ୍ଯକତା ଅନୁସାରେ ପନିପରିବା ଠାରୁ ଆରମ୍ଭ କରି ଘର କରଣା ସାମଗ୍ରୀ କ୍ରୟ କରିଥାନ୍ତି । ତେବେ ଗ୍ରୀଷ୍ମ ଦିନ ହେତୁ ତୃଷା ନିବାରଣ ପାଇଁ ବିଭିନ୍ନ ମୃଦ୍ୟୁ ପାନୀୟ ପ୍ରତି ଲୋକମାନଙ୍କ ମନରେ ଆଗ୍ରହ ସ୍ରୁଷ୍ଟି ହୋଇଥାଏ । ସେହି ପରି କିଛି ଲୋକ କୁର୍ତ୍ତି ହାଟରେ ଲସି ପାନ କରି ନିଜ ନିଜର ତୃଷା ମେଣ୍ଟାଇ ଘରକୁ ଫେରିଥିଲେ । ମାତ୍ର ରାତିଅଧରେ ଲସି ପାନ କରିଥିବା ଲୋକମାନଙ୍କ ସ୍ବାସ୍ଥ୍ଯ ବିଗିଡି ଯାଇଥିଲା । ସମସ୍ତଙ୍କର ବାନ୍ତି,ଝାଡା,ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲେବା ଲକ୍ଷଣ ଆଦି ପ୍ରକାଶ ପାଇଥିଲା। ଫଳରେ ଗୁରୁତର ଲୋକମାନେ ସ୍ଥାନୀୟ ପଡିଆ ଏବଂ କାଲିମେଳା ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ପଡିଆ ସ୍ବାସ୍ଥ୍ଯ କେନ୍ଦ୍ରରେ ସିମିଳିବାଞ୍ଛା ଗ୍ରାମର ୧୨ ବର୍ଷର ଝିଅ ମଲ୍ଲିକାର ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟିଥିଲା ।ତେବେ ଏହି ଅସୁସ୍ଥ ଝିଅକୁ ଏମପିଭି-୭୦ ଗ୍ରାମର କ୍ବାକ ତାରକା ମଣ୍ଡଳ ଭୁଲ ଚିକିତ୍ସା କରିବା ଫଳରେ ସେଗୁକୁତର ହୋଇ ପଡିଥିଲା । ଶେଷର ଝିଅଟିକୁ ପଡିଆ ସ୍ବାସ୍ଥ୍ଯ କେନ୍ଦ୍ରରେ ଚିକିତ୍ସା କରିବା ସମୟରେ ଦେହାନ୍ତ ହୋଇଥିଲା । ଏମ୍ଭି-୭୯ ପୋଲିସ ଏହି କ୍ବାକକୁ ଗିରଫ କରିଛି !ସେହି ପରି କୁର୍ତ୍ତି ହାଟରେ ଲସି ବିକୟରୟ କରୁଥିବା ଏମଭି-୭୯ ଗ୍ରାମର ଶୁକଦେବ ପୋଦ୍ଦାର ଏବଂ ସାମଲ ପୋଦ୍ଦାର ବାପ ପୁଅଙ୍କୁ ପୋଲିସ ଗତ କାଲି ଗିରଫ କରିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି ଯେ ଏହି ଲସି ପାନୀୟରେ ପୋଚିଯାଇଥିବା କଦଳୀ,ଦୀର୍ଘ ଦିନର ଦହି,ମାଛ ପେଟିରେ ରଖାଯାଇଥିବା ବରଫ ଏବଂ ଆନ୍ଧ୍ରରୁ ଆସିଥିବା କ୍ଷୀର ସାମଗ୍ରୀକୁ ମିଶ୍ରଣ କରି ପ୍ରସ୍ତୁତ କରାଯାଇଥିଲା!ତେବେ ଏମଭି-୭୯ ପୋଲିସ ଏହି ୩ ଆସାମୀଙ୍କୁ ଗିରଫ କରି ଗତ କାଲି କୋର୍ଟ ଚାଲାଣ କରିଛି !ପ୍ରକାଶ ଥାଉ କି ବିଭିନ୍ନ ହୋଟେଲ ଗୁଡିକରେ ବାସି ଖାଦ୍ଯ,ଜଳଖିଆ ଗ୍ରାହାକମାନଙ୍କୁ ପ୍ରଦାନ କରାଯାଉଥିଲା ବେଳେ
ଜିଲ୍ଲା ପ୍ରଶାସନ ଦ୍ବାରା ଯାଞ୍ଚ କରାଯାଉ ନଥିବାରୁ ବେଳେ ବେଳେ ସ୍ବାସ୍ଥ୍ଯ ସମସ୍ଯା ଉଦ୍ରେକ ହେଉଛି । ପୁନଶ୍ଚ ମାଲକାନଗିରି ଜିଲ୍ଲାରେ ଏହିପରି ସ୍ପର୍ଶକାତର ଘଟଣା ନଘଟୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ପାଇଁ ସାଧାରଣେ ଦାବୀ ହୋଇଛି ।
(ରିପୋର୍ଟ;ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.