ଲତିକା ପ୍ରଧାନଙ୍କ ନେତୃତ୍ଵରେ ରାଣୀ ମା’ ଙ୍କ ଜନ୍ମଦିନରେ ୮୦୬ ୟୁନିଟ୍ ରକ୍ତ ସଂଗୃହିତ।
କୋଦଳା,୦୫/୦୮(ପିପିଟି) : କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ବର୍ଷିୟାନ ନାରୀ ନେତ୍ରୀ ତଥା ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୬ତମ ଜନ୍ମ ଦିବସ ଉପଲକ୍ଷେ ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ଵରେ ଶନିବାର ଦିନ ବେଗୁନିଆପଡା ବ୍ଲକ ସ୍ଥିତ ଏସ୍ ଛଚିନା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରୁ ୨୯୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ମୋ ପରିବାର ଓ ଜିବନ ବିନ୍ଦୁ’ ର ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଗଞ୍ଜାମ, ଗଜପତି ଚାଇଲ୍ଡ ଲାଇନର ନିଦ୍ଦେର୍ଶକ ସୁଧୀର୍ କୁମାର ସାବତ ଯୋଗଦେଇ ଦିପ ପ୍ରଜ୍ବଳନ କରି ଶୁଭଉଦଘାଟନ କରିଥିଲେ। ପରେ ବିଧାୟିକା ଓ ସମସ୍ତ ଅତିଥୀ ଜନପ୍ରତିନିଧି ମାନେ ଉପସ୍ଥିତ ରହି କେକ୍ କାଟି ରାଣୀ ମା’ଙ୍କ ଜନ୍ମବାର୍ଷିକୀ ପାଳନ କରିଥିଲେ । ଏହି ମେଗାରକ୍ତ ଦାନ ଶିବିର ୨୦୦୮ ମସିହାରୁ ଆରମ୍ଭ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ରକ୍ତ ଦାନ ଶିବିରରୁ ୫୧୨ ରକ୍ତ ସଂଗୃହିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ବେଗୁନିଆପଡା , ଖଣ୍ଡିଆନଈ ,କେ. ବରିଡା,ସୌରା ଛଚିନା,ଚିଙ୍ଗୁଡିଖୋଲ,ଚନ୍ଦନପୁର, ମଦ୍ଦକୋଟ ପଞ୍ଚାୟତର ବିଜେଡି କର୍ମୀଙ୍କ ସମେତ ଯୁବ ଛାତ୍ର ମାନେ ସ୍ବତପୂତ୍ତ ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତ ଦାନ କରିଥିଲେ । ବିଧାୟିକା ଲତିକା ପ୍ରଧାନ ନିଜ ଅଭିଭାଷଣରେ ରାଣୀମା ଆମ ସମସ୍ତଙ୍କ ପାଇଁ ଆଦର୍ଶ ତାଙ୍କ ବଳିଷ୍ଠ ନେତୃତ୍ବ ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ଅଧି କରିଛନ୍ତି ଏହି ଅଞ୍ଚଳରେ ଶିକ୍ଷା,ଗମନାଗନମ , ଚାଷୀଙ୍କ ଉନ୍ନତି ପାଇଁ ଜଳସେଚନ ଭଳି ଅନେକ କାର୍ଯ୍ୟ କରି ଲୋକପ୍ରିୟତା ଅଜନ କରିପାରିଛନ୍ତି । ସମସ୍ତ ଅତିଥୀ ଜନପ୍ରତିନିଧି ମାନେ ରାଣୀସାହେବା ଙ୍କ ପାଇଁ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାଥନା କରିଥିଲେ। ଏହି କାର୍ଯ୍ୟକ୍ରମ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ରୋଣୁ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ୪୪ନଂ ଜିଲ୍ଲାପରିଷଦ କଲ୍ୟାଣୀ ପାତ୍ର, ୪୫ନଂ ଜିଲାପରିଷଦ ସଭ୍ୟା ମଧୁମିତା ସାହୁ,ପୂର୍ବତନ ଜିଲାପରିଷଦ ମନୋଜ କୁମାର ପାଣ୍ଡି ,ତ୍ରିନାଥ ଭୁୟାଁ,ସମାଜସେବୀ ମହେଶ୍ବର ବରାଡ, ବ୍ଳକ ବିଜେଡି ସଭାପତି ସିମାଞ୍ଚଳ ସାମଲ ,ଯୁବ ସଭାପତି ସତିଶ୍ ରଞ୍ଜନ ତାରେଣୀ, ସମେତ ସମସ୍ତ ସରପଞ୍ଚ ସମିତିସଭ୍ୟ ଯୁବ ଛାତ୍ର ବିଜେଡି କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ସହଯୋଗ କରିଥିଲେ। ବ୍ରହ୍ମପୁର ଓ ଭଞ୍ଜନଗର ରକ୍ତ ଭଣ୍ଡାରର କ୍ରମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗୃହିତ କରିଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାରକୁ ୧୫୦ ଭଞ୍ଜନଗର ରକ୍ତରକୁ ଭଣ୍ଡାର ୧୪୫ ୟୁନିଟ୍ ରକ୍ତ ଯାଇ ଥିବା ସୂଚନା ମିଳିଛି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।