ଲତା ମଙ୍ଗେସକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ସୁବର୍ଣ୍ଣପୁରର ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ।

0 280

ଉଲୁଣ୍ଡା,୧୦/୦୨(ପିପିଟି): ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଆଜି ସୁବର୍ଣ୍ଣପୁରବାସୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।ସହରର ବିଜୁ ପଟ୍ଟନାୟକ ଛକରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତରୁ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ମାର୍ଗଦର୍ଶକ ଭାବେ ଯୋଗଦେଇ ଭାରତ ରତ୍ନ ଲତାଜୀଙ୍କ ସ୍ମୃତି ଚାରଣ କରିବା ସହିତ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଯାଇଥିବା ବେଳେ ଏହି ସଭାରେ ସହରର ମହାନଦୀ ସାହିତ୍ୟ ସଂସଦ,ସ୍ୱଚ୍ଛ ଭାରତ, ନାଟ୍ୟଚକ୍ର , ପଏଁରୀ, ଭୀମଭୋଇ କଳା ପରିଷଦ ଆଦି ଅନୁଷ୍ଠାନରର କାର୍ଯ୍ୟକାର୍ତ୍ତାଙ୍କ ସମେତ ସହରର ବହୁ ବିଶିଷ୍ଠ ବ୍ୟକ୍ତି ବୁଦ୍ଧିଜୀବୀ , ସମାଜସେବୀ , ଆଇନଜୀବୀ , ସାମ୍ବାଦିକ , କଳାକାର ଯୋଗ ଦେଇ ଲତାଜୀଙ୍କୁ ସ୍ମୃତି ଚରଣ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଏହି ସଂଗଠନ ପକ୍ଷରୁ ପ୍ରଶାସନର ଅନୁମତି କ୍ରମେ ଲତାଜୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱର ସନ୍ଧ୍ୟା ଖୁବ ଶୀଘ୍ର ଆୟୋଜନ କରାଯିବ ବୋଲି ବରିଷ୍ଠ କାର୍ଯ୍ୟକର୍ତ୍ତା ନାଟ୍ୟଶ୍ରୀ ଗଦାଧର ବାରିକ ସୂଚନା ଦେଇଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.