ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ଆପ୍ରୋଚ ରୋଡ଼ , ଯାତାୟାତ ଠପ ।

0 209

ଉଲୁଣ୍ଡା ,୦୩/୦୮(ପିପିଟି):ଲଘୁଚାପ ଜନିତ ବର୍ଷାରେ ଵେହାଲ୍ ହୋଇପଡିଛି ବୀରମହାରାଜପୁର ବ୍ଲକ ଅଞ୍ଚଳ । ବର୍ଷା ର ପ୍ରଭାବ ରେ ଅନେକ କ୍ଷୟ କ୍ଷତି ହେଉଥିବା ବେଳେ ଅଞ୍ଚଳରେ ରାସ୍ତା ଘାଟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଛୋଟ ଛୋଟ ବ୍ରିଜ ଭାଙ୍ଗି ଯିବା ସହ ପାର୍ଶ୍ୱ ରାସ୍ତା ରେ ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ମଙ୍ଗଳବାର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଜାରି ରହିଥିବା ବେଳେ ବୁଧବାର ସକାଳୁ ଠେଙ୍ଗୋ ଡ୍ୟାମରୁ ୬ ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେବା ଫଳରେ ହରିହର ଯୋରର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁର୍ଷୁଣ୍ଢି ନିକଟରେ ଥିବା ହରିହର ଯୋର ପୋଲ ଉପରେ ପ୍ରାୟ ପାଞ୍ଚ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୋଲର ଉଭୟ ପାର୍ଶ ର ଅପ୍ରୋଚ ରୋଡ୍‌ ଧୋଇଯାଇଛି । ଆପ୍ରୋଚ୍‌ ରୋଡ୍‌ ମରାମତି କରାଗଲେ ମଧ୍ୟ ଉକ୍ତ ପୋଲରେ ଯାତାୟାତ ବିପଦପୂର୍ଣ୍ଣ ହେବ। ଏବେ ପୋଲ ଦେଇ ଯାତାୟାତ ସମ୍ଭବ ହୋଇପାରୁ ନାହିଁ।ଫଳରେ ବୀରମହାରାଜପୁରରୁ ଅମରପାଲି ଦେଇ ଯୁଯୁମୁରା-ସମ୍ବଲପୁର ଯାତାୟାତରେ ବ୍ୟାହତ ସୃଷ୍ଟି ହୋଇଛି। ଉକ୍ତ ବାଟ ଦେଇ ଗାଡ଼ି ମଟର ଚଳାଚଳ ହୋଇପାରୁ ନ ଥିବାରୁ ସୋନପୁରରୁ ବୀରମହାରାଜପୁର-ଅମରପାଲି ଦେଇ ରେଢ଼ାଖୋଲକୁ ଏବଂ ମୁର୍ଷୁଣ୍ଢି ରୁ ସମ୍ବଲପୁରକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ତେବେ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତା ମରାମତି କରି ଯାତାୟାତର ସୁବିଧା କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.