ଲଗାଣ ବର୍ଷା ଉଜାଡି ନେଲା ଘର, ପର ଘର ବାରଣ୍ଡାରେ ରବିନଙ୍କ ପରିବାର।

0 483

ବେଲଗୁଣ୍ଠା,୦୪/୧୧(ପିପିଟି); ଗତ ୧୦ ଦିନ ତଳେ ଲଗାଣ ବର୍ଷା ଉଡ଼ାଇ ନେଲା ଝାଟି ମାଟି କୁଡିଆ। ଆଉ ଏପରି ଘଡି ସନ୍ଧି ସମୟରେ ପରର ଘର ବାରଣ୍ଡା ଏକ ମାତ୍ର ସାହା ଭରଷା ପାଲଟିଛି। କରୋନା କଟକଣା ପରେ ଲଗାଣ ବର୍ଷା ଯେମିତି ପରିବାର ଉପରେ ଦୁଖର ପାହାଡ଼ ଭାଙ୍ଗିଦେଲା। ହେଲେ ଘର ମରାମତି କରିବାକୁ ପାଖରେ ସମ୍ବଳ କି ସାମର୍ଥ୍ୟ ନାହିଁ । ଆବାସ ଯୋଜନା ବି ରବିନ ପାଇଁ ସାତ ସପନ ପାଲଟିଛି। ବହୁବାର ଗୁହାରୀ କରି ଥକି ଯାଇଥିଲେ ବି ଅଧିକାରୀଙ୍କ କାନକୁ ଶୁଭୁ ନାହିଁ। ଏହି ଦୁଃଖଦ ସମୟରେ ଭଗବାନ ଏକା ସାହା। ଏହି କୋହୋ ଭରା ଆବେଗ ହେଉଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପୁର୍ ପଞ୍ଚାୟତ କଲ୍ୟାଣପୁର ଗ୍ରାମର ରବିନ ନାଇକ ଙ୍କ ର। ଲଗାଣ ବର୍ଷାରେ ଘର ଛପର ଉଡି ଯିବା ସାଙ୍ଗକୁ କାନ୍ଥ ଭୁଶୁଡ଼ି ବା ପରେ ରାବିନ ସପରିବାର ନିରୁପାୟ ହୋଇ ବର୍ତ୍ତମାନ ପର ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ଆଉ ଶୀତ ଆରମ୍ଭ ହେବା ପରେ ତାଙ୍କ ଦୁଃଖ ଆହୁରି ବଢ଼ି ଯାଇଛି। ରାବିନ୍ ଜଣେ ଦିନ ମଜୁରୀଆ। କେବେ କାମ ମିଳେ ତ କେବେ ମିଳେନାହିଁ। ପ୍ରତିଦିନ ଯାହାବି କିଛି ରୋଜୋଗର୍ ହୋଇଥାଏ ସେତିକିରେ କଷ୍ଟେ ମଷ୍ଟେ ପରିବାରର ପାଞ୍ଚ ପ୍ରାଣୀଙ୍କ ପେଟକୁ ଦାନା ମିଳିଥାଏ। ହେଲ କୋରୋନା କଟକଣା ଯୋଗୁଁ ରବୀନ ରୋଯୋଗର ହରାଇ ବସିଥିଲେ। ସେପଟେ ଚାଳ ଛପର ପାଇଁ ଟଙ୍କା ନଥିବାରୁ ଘର ମରାମତି ହୋଇପାରୁନାହିଁ। ତଥାପି ରଵିନ ସପରିବାର ଗୁଜାରଣ ମେଣ୍ଟାଉ ଅଛନ୍ତି। କିନ୍ତୁ ୧୦ଦିନ ତଳେ ଲଗାଣ ବର୍ଷା ଯେମିତି ତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଘରଟି ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯଇଥିବା କାରଣରୁ ରାବୀନ ଅସହାୟ ପାଲଟି ଯାଇଛନ୍ତି। ଏଭଳି କଠିନ ସମୟରେ ତିନି ସନ୍ତାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ରାବିନଙ୍କ ଚିନ୍ତା ଦୁଇ ଗୁଣ ହୋଇଯାଇଅଛି। ବାଧ୍ୟ ହୋଇ ସେ ବର୍ତ୍ତମାନ ତାଙ୍କର ଜଣେ ସଂପର୍କୀୟଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ହେଲେ ପରଘର ଦୁଆର କେତେଦିନ ସହାୟକ ହେବ ଏ ନେଇ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ଥିଲା ବାଲା ଆବାସ ଯୋଜନା ରେ ଘର ହାତେଇ ନେଉଥିବା ବେଳେ ଅନ୍ୟ ପଟେ ରବିନଙ୍କ ଭାଗ୍ୟରେ ଆଜି ଯାଏଁ ମୁଣ୍ଡ ଗୁଞ୍ଜିବାକୁ ପ୍ରଶାସନ ତରଫରୁ ଘରଟିଏ ନଯୁଟିବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ବହୁ ବର୍ଷ ହେବ ଦୁର୍ଦ୍ଦିନ ରେ ରବିନ କାଳ କାଟୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି କିପରି ପଡ଼ିନାହିଁ ବୋଲି ସ୍ଥାନୟ ଲୋକେ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଙ୍କି ମାରୁଛି। ଘଟଣା ସମ୍ପର୍କରେ ପଞ୍ଚାୟତ ପି. ଇ.ଓ. ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଆବାସ ତାଲିକାରେ ରବିନଙ୍କ ନାମ ଆସିଛି ତେବେ କାର୍ଯ୍ୟାଦେଶ କେବେ ମିଳିବ ତାହା ପରେ ଜଣା ପଡ଼ିବ। ଅନ୍ୟ ପକ୍ଷରେ କେବଳ ରବିନ ନୁହନ୍ତି ତାଙ୍କ ପରି ଅନେକ ଗରିବ ହିତାଧିକାରୀ ଅସାଧୁ ରାଜନେତା ଓ ଅଧିକାରୀଙ୍କୁ ହତଗୁଞ୍ଜା ଦେଇ ନପାରି ଆବାସ ଯୋଜୋନରୁ ବଞ୍ଚିତ ହେଉଥିବାର ନଜିର ରହିଛି। ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.