ଲଗାଣ ବର୍ଷାରେ ଚାଷୀ ବେହାଲ, ପାଣିରେ ଭାସୁଛି ଧାନ ।

0 312

ବେଲଗୁଣ୍ଠା,୧୩/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଚାଷୀ କୁଳ ଏଥିରେ ଅଧିକା କ୍ଷତି ସହିଛି । ପାଚିଲା ଧାନ କୁ କାଟି ଜମିରେ ନିହଣ ପକାଇଥିବା ବେଳେ ଲଘୁଚାପ ବର୍ଷା ରେ ତାହା ଭିଜିଯାଇଛି । ଚାଷ ଜମିରେ ବର୍ଷା ପାଣି ଜମିରହିଥିବାରୁ ଏବେ ଧାନକୁ ଘରକୁ ଆଣିବା ପାଇଁ ମଧ୍ୟ ହେଉନାହିଁ । ଚାଷୀର ଝାଳ ବୁହା ପରିଶ୍ରମ ଏବେ ପାଣିରେ ଭାସୁଛି । ଚଳିତ ବର୍ଷ ପ୍ରଥମରୁ ବର୍ଷା ନଥିବା କାରଣରୁ ଚାଷୀ ମାନେ ବିଳମ୍ବରେ ଚାଷ କାର୍ଯ୍ୟ କରିଥିଲେ । ଅନେକ ଚାଷ ଜମି ଏ ବର୍ଷ ପଡିଆ ପଡିଛି । ଯେଉଁ ମାନେ ଚାଷ କାର୍ଯ୍ୟ କରିଥିଲେ ସେଥିରେ ଖୁବ ଖର୍ଚ୍ଚ ହୋଇଥିଲା । ହେଲେ ଏବେ ଅଦିନିଆ ବର୍ଷା ପାଇଁ ଜମିରେ ଧାନ ଫସଲ ନଷ୍ଟ ହେଉଥିବା ଦେଖି ଚାଷୀ କୂଳଙ୍କ ଆଖିରେ ଲୁହ ଆସିଯାଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.