ତିର୍ତ୍ତୋଲ,୧୪/୦୯(ପିପିଟି); ତିନିଦିନ ଧରି ଲଗାଣ ବର୍ଷାରେ ତିର୍ତ୍ତୋଲର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଧାନଜମି ସଂପୂର୍ଣ୍ଣ ବୁଡିଯାଇଥିବା ବେଳେ ହଂସୁଆ ନଦୀ ପାଣି କଟରା ଗ୍ରାମପଞ୍ଚାୟତର କୋରକୋର,ହାଜିନଗର,ବେଗୁନିଆ,
ଇଟାଙ୍ଗ,ଯଯାଙ୍ଗ,ଆରଜଙ୍ଗ,ସୁସଙ୍ଗ,ଦୁର୍ଦା,କଟରା,ବନ୍ଦାଳ ଗ୍ରାମ ମଧ୍ୟକୁ ପ୍ରବେଶ କରିଛି । ସେହିପରି ପଟିଲୋ ଗ୍ରାମପଞ୍ଚାୟତର ଅଧିକାଂଶ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି । ଦେବେନ୍ଦ୍ର ବେଗୁନିଆ ରାସ୍ତାର ଅନେକ ସ୍ଥାନରେ ଜଳପ୍ରଵାହ ହେଉଥିବାର ଜଣାପଡ଼ିଛି । ତିର୍ତ୍ତୋଲ ବ୍ଲକ୍ କୃଷି ସହାୟକ ଅଧିକାରୀ ଗାୟତ୍ରୀ ସାହୁ ନିଜ ଅଧସ୍ତନ କର୍ମଚାରୀ ଓ ସ୍ଥାନୀୟ ଯୁବକ ମାନଙ୍କ ସହ କଟରା ଓ ପଟିଲୋ ଗ୍ରାମପଞ୍ଚାୟତର ସମସ୍ତ ଅଞ୍ଚଳ ପରିଦର୍ଶନ କରି କୃଷିକ୍ଷେତ୍ରର କ୍ଷୟକ୍ଷତି ଆକଳନ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )
Prev Post
ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିଥିବା ଘଟଣା : ନାଏବ ସରପଞ୍ଚ ମଜୁରୀ ଟଙ୍କା ଦେବାକୁ ଚୁକ୍ତିନାମା କଲେ ।
Next Post