ଲକ୍ଷ୍ମୀପ୍ରିୟା ନାୟକ ହେଲେ ଜିଲ୍ଲା ଯୁବ କଂଗ୍ରେସ ସଭାନେତ୍ରୀ।

0 383

ମାଲକାନଗିରି,୦୯/୦୮(ପିପିଟି); ବର୍ତ୍ତମାନର ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କୁ ମାଲକାନଗିରି ଜିଲ୍ଲା ଯୁବ କଂଗ୍ରସ ସଭାନେତ୍ରୀ ଭାବେ ଡା. ସ୍ମୃତିରଞ୍ଜନ ଲେଙ୍କା ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ନାୟକ ଦୀର୍ଘ ୧୫ ବର୍ଷ ହେବ କଂଗ୍ରେସ ଦଳର ଜଣେ ସକ୍ରିୟ କର୍ମୀ । ପ୍ରଥମେ ସରପଞ୍ଚ ଓ ୨୦୧୭ ମସିହାରୁ ମାଥିଲି ବ୍ଲକ ଅଧ୍ୟକ୍ଷା ଭବେ ନିର୍ବାଚିତ ହୋଇ ଜନ ସେବାରେ ବ୍ରତୀ ଲକ୍ଷ୍ମୀପ୍ରିୟା ନାୟକ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇ ନିର୍ବାଚନ ଲଢିଥିଲେ !କଂଗ୍ରେସର ହାୱା ନଥିବା ସତ୍ବେ ସେ ବିଜେଡି ପ୍ରାର୍ଥି ପୂର୍ଣ୍ଣ ଚନ୍ଦ୍ର ବାକା ଠାରୁ ମାତ୍ର ୨ ହଜାର ୪୦୦ ଭୋଟ ବ୍ଯବଧାନରେ ପରାସ୍ତ ହୋଇଥିଲେ । ତେବେ ତାଙ୍କର ସାଂଗଠନିକ ଦକ୍ଷତା , ଲୋକ ପ୍ରିୟତା ଭରସା କରି ରାଜ୍ଯ କଂଗ୍ରେସ ତାଙ୍କୁ ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ ସଭାନେତ୍ରୀ ଭାବେ ମନୋନିତ କରିଥିବା ଜଣା ପଡିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ ଦଳ। ଆଗକୁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛି । ସେହିପରି ଗତ ବିଧାନସଭା ନିର୍ବାଚନରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ମାଲା ମାଢି ନିର୍ବାଚନ ଲଢି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିଜେପି ପ୍ରାର୍ଥି ଆଦିତ୍ଯ ମାଢି ବିଜୟ ହାସଲ କରିଥିଲେ Iତେବେ କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସର୍ବଦା ମାଲକାନଗିରି ଜିଲ୍ଲାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଥିବାରୁ ମାଲକାନଗିରି ଜିଲ୍ଲାବାସୀ କଂଗ୍ରେସ ଉପରେ ଦିନକୁ ଦିନ ଆସ୍ଥା ଭାଜନ ହେବା ସହ ଜନ ପ୍ରିୟତା ବୃଦ୍ଧି ପାଇବା ପରିଲିକ୍ଷିତ ହେଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.