ଲକ୍ଷ୍ମୀପୁର ଖେରୀର ଶହୀଦ କୃଷକ ଓ ସାମ୍ଵାଦିକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

0 385

ବ୍ରହ୍ମପୁର,୧୨/୧୦(ପିପିଟି): ଲକ୍ଷ୍ମୀପୁର ଖେରୀର କୃଷକ ସଂହାରର ଶହୀଦ କୃଷକ ଓ ସାମ୍ଵାଦିକଙ୍କ ସ୍ମୃତିରେ ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ସାରା ଦେଶରେ କୃଷକ, ଶ୍ରମିକ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ରାମଲିଙ୍ଗେଶ୍ଵର ଟ୍ୟାଙ୍କ୍ ରୋଡ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀପୁର ନରସଂହାରର ମୁଖ୍ୟ ଅପରାଧୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରି ଗିରଫ କରିବା, କୃଷକ ବିରୋଧୀ ମୋଦି ସରକାରଙ୍କ ଦମନଲୀଳା ବନ୍ଦ କରିବା, ତିନି କଳା କୃଷି ଆଇନକୁ ପ୍ରତ୍ୟାହାର ଆଦି ସ୍ଲୋଗାନ ଦେଇ ବିଭିନ୍ନ କୃଷକ, ଶ୍ରମିକ ସଂଗଠନ କର୍ମୀ ଓ ବୁଦ୍ଧିଜୀବୀମାନେ ଶୋଭାଯାତ୍ରାରେ ସାମିଲ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଦି ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ କୃଷକମାନେ ଗତ ଏଗାର ମାସ ଧରି ଦିଲ୍ଲୀ ସୀମାରେ ଯେଉଁ ଐତିହାସିକ ଆନ୍ଦୋଳନ ଚଳାଇଛନ୍ତି , ସେମାନଙ୍କ ଦାବି ମାନିବା ପରିବର୍ତ୍ତେ ତାକୁ ଦବେଇ ଦେବା ପାଇଁ ବିଜେପି ଓ ଆର୍ ଏସ୍ ଏସ୍ ପକ୍ଷରୁ ଷଡଯନ୍ତ୍ର ଚାଲିଛି ବୋଲି କୃଷକ ନେତାମାନେ ଅଭିଯୋଗ କରିଛନ୍ତି ।ଆଜିର ମଶାଲ ଶୋଭାଯାତ୍ରାରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀ, ବରିଷ୍ଠ କୃଷକ ନେତା କୈଳାସ ଷଡ଼ଙ୍ଗୀ, ପ୍ରକାଶ ପାତ୍ର, ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଓଡିଶା କୃଷକ ସଭାର ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ, ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, କର୍ମଚାରୀ ନେତା ପ୍ରତାପ ଚୌଧୁରୀ, ଅଶୋକ ଦାସ, କିଶୋର ମିଶ୍ର, ମାନବବାଦୀ ହେତୁବାଦୀ ସଂଗଠନର ଜିଲ୍ଲା ସମ୍ପାଦକ କେ.ନନ୍ଦେଶୁ ସେନାପତି, ଏଆଇଓ୍ଵାଇଏଫ୍ ଜିଲ୍ଲା କମିଟି ପକ୍ଷରୁ କାମଦେବ ନାହାକ, ରୋହିତ କୁମାର ସ୍ଵାଇଁ, ଏଆଇକେକେଏମଏସ୍ ନେତା ପପୁନ୍ କୁମାର ସାହୁ, ମଧୁସୂଦନ ଦାସ, ସାମାଜିକ କର୍ମୀ ଅବନୀ କୁମାର ଗୟା, ଶ୍ରୀନିବାସ ରାଓ ,ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.