ରୋହି ଗାଁରେ ସନାତନ ସଂଗ୍ରାମ ସିଂହଙ୍କ ଜୋରଦାର ପ୍ରଚାର ଆରମ୍ଭ।

0 404

କୁକୁଡ଼ାଖଣ୍ଡି,୦୩/୦୨(ପିପିଟି): ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। କରୋନା କଟକଣା କାରଣରୁ ପ୍ରାର୍ଥୀମାନେ ସୀମିତ ଲୋକଙ୍କୁ ନେଇ କୋରନା ନିୟମ ମାନି ପ୍ରଚାର କରୁଛନ୍ତି । ସନାତନ ସଂଗ୍ରାମ ସିଂହ ରୋହିଗାଁ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି। ଆଜି ରୋହିଗାଁ ପାଞ୍ଚାୟର ପାଣ୍ଡିଆଝୋଳିସମେତ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଭୋଟ ମାଗିବା ସହିତ ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ଏହା ସହିତ ଲୋକଙ୍କ ଦୁଃଖ ସୁଖର ସାଥି ହୋଇ ସୁବିଧା ଅସୁବିଧା ସମୟରେ ସେମାନଙ୍କ ପାଖରେ ଠିଆ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତରେ ସମିତି ସଭ୍ୟ ସନାତନ ସଂଗ୍ରାମ ସିଂହ ଆଜି ପ୍ରଚାର ଜୋରଜୋର କରିଛନ୍ତି । ସେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ହାତ ଯୋଡ଼ି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ତେବେ ତାଙ୍କର ଆଗରୁ ରାଜନୀତିରେ ଏବଂ ନିଜ ପଞ୍ଚାୟତରେ ନିଜର ଦବଦବା ରହିଥିବାରୁ ଏହି ନିର୍ବାଚନରେ କଡା ଟକ୍କର ହେଲେ ମଧ୍ୟ ସେ ବିଜୟ ଲାଭ କରିବା ସହ ତାଙ୍କ ସହିତ ଜନ ସମର୍ଥନ ରହିଥିବା ସନାତନ ସଂଗ୍ରାମ ସିଂହ କହିଛନ୍ତି । ସନାତନ ସଂଗ୍ରାମ ସିଂହ କହିଛନ୍ତି ଯେହେତୁ ମୋର କେଟିଲି ଚିହ୍ନ, ତେଣୁ ମୁଁ କେଟିଲି ଚିହ୍ନ ଦେଖାଇ ଲୋକଙ୍କ ଠାରୁ ଭୋଟ ଭିକ୍ଷା କରୁଛି । କେଟିଲି ଚିହ୍ନରେ ଭୋଟ ଦେଲେ, ମୁଁ ସେମାନଙ୍କର ସୁଖ ଦୁଃଖରେ ଛିଡ଼ା ହେବି। ଏହାଛଡ଼ା ପଞ୍ଚାୟତ ବିକାଶ ପାଇଁ ଅଧୁରା ଥିବା କାମକୁ ପୁରା କରିବି। ସେହିପରି ତାଙ୍କ ସ୍ତ୍ରୀ ଲିଲି ସଂଗ୍ରାମ ସିଂହ ବଉଳଝୋଳି ପଞ୍ଚାୟତରୁ ସମିତି ସଭ୍ୟା ପାର୍ଥିନୀ ଭାବେ ଛିଡ଼ା ହୋଇ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତିଵଧ ହୋଇଛି । ତାଙ୍କ ବସ୍ ଚିହ୍ନ । ସେ ଆଜି ସାତପଣ୍ଡିଆ , ବଳରାମ ପଲ୍ଲୀ ଠାରେ ଘରକୁ ଘର ବୁଲି ଭୋଟ ମାଗିବା ସହିତ ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବେ। ଏବଂ ପଞ୍ଚାୟତରେ ପଟା,ପାନୀୟ ଜଳ, ନିଯୁକ୍ତି, ରାସ୍ତାଘାଟ, ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ପ୍ରଚାର ବେଳେ ରୋହିଗାଁ ପଞ୍ଚାୟତର ସରପଞ୍ଚ ପାର୍ଥୀ ସୁଦର୍ଶନ ବେହେରା ଓ ବଉଳଝୋଳି ପଞ୍ଚାୟତର ସରପଞ୍ଚ ପାର୍ଥୀ ଚିତ ରଂଜନ ବିଷୋୟୀଙ୍କ ସମେତ ବହୁ ସମର୍ଥକ ସାମିଲ ଥିଲେ ।

Leave A Reply

Your email address will not be published.