ଯାଜପୁର,(ପିପିଟି)୧୭/୦୬, ରୋଟାରୀ କ୍ଲବ ଯାଜପୁର ରୋଡ ପକ୍ଷରୁ ସରକାରୀ ଅଫିସରେ ସାନିଟାଇଜ ମେସିନ ପ୍ରଦାନ କରାଯାଇଛି। ଆଜି କ୍ଲବର ସଭାପତି ରୋଟାରିଆନ ଅଭୟ ପତିଙ୍କ ସଭାପତିତ୍ୱରେ ଯାଜପୁର ରୋଡ଼ ସ୍ଥିତ କମରସିଆଲ ଟାକ୍ସ, ଜିଏସଟି ଅଫିସ ଏବଂ ଇନକମ୍ ଟ୍ୟାକ୍ସ ଅଫିସରେ ସାନିଟାଇଜ ମେସିନ ପ୍ରଦାନ କରାଯାଇଥିଲା।ଏଥିରେ ସିଟି ଓ ଜିଏସଟି ଅତିରିକ୍ତ କମିଶନର ସୌର ମିଶ୍ର ଏବଂ ଆଇଟିଓ ଯାଜପୁର ରୋଡ ସୁଶାନ୍ତ ସାମଲ ଯୋଗଦେଇ ମେସିନ୍ ଗୁଡିକୁ ଲୋକାର୍ପଣ କରିଥିଲେ।ଗୋଡଦ୍ୱାରା ପରିଚାଳିତ ଏହି ମେସିନ୍ ଦ୍ୱାରା ହାତକୁ ସାନିଟାଇଜ କରିବା ଦ୍ୱାରା କୋଭିଡ୍ ସଂକ୍ରମଣ ଅନେକାଂଶରେ କମି ଯାଇପାରିବ ବୋଲି ସେମାନେ କହିଥିଲେ।ଏହି ଅବସରରେ ରୋଟାରିଆନ ଅସ୍ମିତା ପତି, ଅଜୟ ସାହୁ, କଳ୍ପତରୁ ସାହୁ, ଆଶୁତୋଷ ମିଶ୍ର, ସରୋଜ ସାହୁ, ଅଶୋକ ପତି, ଜ୍ଞାନରଞ୍ଜନ ଓଝା, ରବୀନ୍ଦ୍ର ଦାଶ, ଦୀପକ ଦାଶ, ବିରେଶ୍ୱର ପତି ପ୍ରମୁଖ ଉପସ୍ଥିତ ରହି ଏହାକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଏହି ଅବସରରେ କ୍ଲବ ପକ୍ଷରୁ ରୋଟାରୀ କ୍ଲବ ବ୍ରହ୍ମପୁର, ଡିଜିଇ ସୌମ୍ୟ ମିଶ୍ର, ଡିଜି ଦେବାଶିଷ ମିଶ୍ରଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ଆଗାମୀ ଦିନରେ ଆହୁରି ଅନେକ ସ୍ଥାନରେ ଏହିପରି ସାନିଟାଇଜ ମେସିନ ପ୍ରଦାନ କରାଯିବ ବୋଲି ରୋଟାରୀ କ୍ଲବ ଯାଜପୁର ରୋଡ ପକ୍ଷରୁ ସୂଚନା ଦିଆଯାଇଛି।