ରୋଟାରୀ କ୍ଲବ୍ ର ସତରତମ ଅଧିଷ୍ଠାନ ଦିବସ; ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ସନତ୍ କୁମାର ସୁବୁଦ୍ଧି ।

0 350

ବେଲଗୁଣ୍ଠା, ୦୩/୦୭(ପିପିଟି):ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ସତରତମ ଅଧିଷ୍ଠାନ ଦିବସ ମହାସମାରୋହରେ ପାଳିତ ହେବା ସହ କ୍ଳବ୍ ର ନୂତନ ସଭାପତି ସନତ୍ କୁମାର ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଗଭର୍ଣ୍ଣର ଯାଜ୍ଞଶ୍ରୀ ମହାପାତ୍ର ଯୋଗ ଦେଇ ଆଜିର ଦିନରେ ରୋଟାରୀ କ୍ଳବ୍ ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟକରିବା ସହିତ ସରକାରୀ ସାହାଯ୍ୟ ପହଞ୍ଚିବା ପୂର୍ବରୁ ରୋଟାରୀଆନ୍ ମାନେ ଲୋକଙ୍କ ନିକଟରେ ପହଞ୍ଚି ତ୍ୱରିତ ସାହାଯ୍ୟ ଯୋଗାଇ ଦିଅନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ସମ୍ମାନୀତ ଅତିଥି ରୂପେ ନଗରପାଳ ଫିରୋଜ ସେଠୀ, ଅନ୍ୟତମ ଅତିଥି ରୂପେ ବିଦାୟୀ ସଭାପତି ମଧୁସୂଦନ ମହାପାତ୍ର, ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି,ନୂତନ ସଭାପତି ସନତ୍ କୁମାର ସୁବୁଦ୍ଧି, ସମ୍ପାଦକ ଦିଲ୍ଲୀପ ପାତ୍ର,ଜିଲ୍ଳା ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର ଭି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଦୁଇ ଜଣ ରୋଟାରୀଆନ୍ ଯଥା ରାମଚନ୍ଦ୍ରମିଶ୍ର ଓ ସୁଶାନ୍ତ କୁମାର ବେହେରା ଙ୍କୁ କ୍ଲବ୍ ର ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ,ଏନ୍ଏସି ସଫେଇ ପାଇଁ ସଫେଇ କର୍ମଚାରୀ ପ୍ରବୀଣ ବେହେରାଙ୍କୁ କ୍ଲବ୍ ତରଫରୁ ସମ୍ମାନୀତ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲଟେରୀ ମାଧ୍ୟମରେ ଶିଶୁ,ମହିଳା, ଅତିଥି ଏବଂ ମିଡ଼ିଆ ବର୍ଗ ଭଳି ପାଞ୍ଚୋଟି ବର୍ଗରୁ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ରୋଟାରୀ କ୍ଲବ୍ ର ନୂତନ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କୁ ବେଲଗୁଣ୍ଠା ବଣିକ ସଂଘ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ବେଲଗୁଣ୍ଠା ପ୍ରେସକ୍ଲବ,ଏନ୍ଏସି କର୍ମଚାରୀ ଏବଂ କାଉନସିଲର୍ ମାନଙ୍କ ତରଫରୁ ମଧ୍ୟ ନୂତନ ସଭାପତି ଶ୍ରୀ ସୁବୁଦ୍ଧିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବରିଷ୍ଠତ ରୋଟାରୀଆନ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ପଞ୍ଚାନନ ମିଶ୍ର, ପ୍ରଶାନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ପବିତ୍ର କୁମାର ପ୍ରଧାନ୍, ରଂଜିତ୍ କୁମାର ବାରିକଙ୍କ ସମେତ ସମସ୍ତ ରୋଟାରୀଆନ, ସମସ୍ତ କାଉନସିଲର୍, ପ୍ରେସକ୍ଲବ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଫଟୋ

Leave A Reply

Your email address will not be published.