ରୋଗୀର ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ।

0 162

ଭଞ୍ଜନଗର,୧୬/୦୬(ପିପିଟି);ଭଞ୍ଜନଗର ଡାକ୍ତରଖାନାରେ ବୁଧବାର ଜଣେ ରୋଗୀର ମୃତ୍ୟୁ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତର ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଠିକ ସମୟରେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଯିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।ସୂଚନା ମୁତାବକ ତାରସିଙ୍ଗି ଥାନା ଅନ୍ତର୍ଗତ କଳିଙ୍ଗ ପଦର ଗ୍ରାମର ଆର୍ତ୍ତତ୍ରାଣ ସେଠୀ(୧୮) ହାଠାତ୍ ଆଜି ସକାଳୁ ଅସୁସ୍ଥ ହୋଇ ପଡ଼ିଥିଲେ।ଫଳରେ ପରିବାର ଲୋକେ ତାକୁ ସଙ୍ଗେସଙ୍ଗେ ଭଞ୍ଜନଗର ମେଡ଼ିସିନ ସ୍ପେଶାଲିଷ୍ଟ ଡ଼ା.ପ୍ରଣବାନନ୍ଦ ପାତ୍ରଙ୍କ ବାସ ଭବନକୁ ନେଇ ଆସିଥିଲେ। ସେଠାରେ ଭିଡ଼ ଥିବାରୁ ଅପେକ୍ଷା କରି କରି ଆର୍ତ୍ତତ୍ରାଣର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା।ଡାକ୍ତର ପାତ୍ର ଏହାଜାଣି ପାରି ରୋଗୀର ଅବସ୍ଥା ଗୁରୁତର ଥିବାରୁ ତାକୁ ଭଞ୍ଜନଗର ମେଡ଼ିକାଲକୁ ନେବାକୁ କହିଥିଲେ।ଆର୍ତ୍ତତ୍ରାଣକୁ ତାର ସମ୍ପର୍କୀୟ ମେଡ଼ିକାଲ ଆଣିବା ପରେ ଡାକ୍ତର ପାତ୍ର ମଧ୍ୟ ତାଙ୍କ ପଛେ ପଛେ ମେଡ଼ିକାଲ କୁ ଆସିଥିଲେ ମଧ୍ୟ ଆର୍ତ୍ତତ୍ରାଣକୁ ନଦେଖି ଇନଣ୍ଡୋର ରୋଗୀଙ୍କୁ ଦେଖିବାକୁ ଚାଲି ଯାଇଥିଲେ।ଫଳରେ ଦାୟିତ୍ୱରେ ଥିବା ଡାକ୍ତର ଚନ୍ଦନ କୁମାର ମେକାପ ଆସି ଆର୍ତ୍ତତ୍ରାଣକୁ ଦେଖିବା ପରେ ସେ ମୃତ ଘୋଷଣା କରିଥିଲେ। ଏହାଶୁଣି ତାର ପରିବାର ଲୋକେ କ୍ରୋଧିତ ହୋଇ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ଡାକ୍ତର ପାତ୍ରଙ୍କୁ ଖୋଜି ଖୋଜି ମେଡ଼ିସିନ ୱାର୍ଡରେ ପାଇବା ପରେ ତାଙ୍କ ସହ ଯୁକ୍ତିତର୍କ କରିବା ସହ ଧକ୍କା ମାରିଥିଲେ। ଖବର ପାଇ ପୋଲିସ ଠିକ ସମୟରେ ସେଠାରେ ପହଞ୍ଚି ଡାକ୍ତର ପାତ୍ରଙ୍କୁ ଉଦ୍ଧାର କରିଥିଲା। ତାରସିଙ୍ଗି ପୋଲିସ ଆର୍ତ୍ତତ୍ରାଣର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.