ରୁଷିକୂଲ୍ଯା ରୟତ ମହାସଭା ପକ୍ଷରୁ ବିକ୍ଷୋଭ।

0 439

କୋଦଳା,୧୮/୦୧(ପିପିଟି); ସୋମବାର ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସଭାପତି ଯୋହନ ସ୍ବାଇଙ୍କ ନେତୃତ୍ୱରେ ବିଭିନ୍ନ ଦାବି ନେଇ ବେଗୁନିଆପଡ଼। ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି । ମନରେଗା ଯୋଜନାରେ ୨୦୦ ଦିନର କାମ ଦେବା ସହ ମଜୁରୀ ପରିମାଣ ୬୦୦ ଟଙ୍କାକୁ ବୃଦ୍ଧି କରିବା, ଗାଁ ମାନଙ୍କରେ ହେଉଥିବା ଠିକା କାମକୁ ବନ୍ଦ କରି ଗ୍ରାମ୍ଯ କମିଟି ମାଧ୍ୟମରେ କାମ କରାଯିବା, ସରକାରୀ ଧାନ ମଣ୍ଡିରେ ଉଚିତ୍ ପରିମାଣର ଧାନ କ୍ରୟ କରାଯିବା ସହ କୁଇଣ୍ଟାଲ ପିଛା ୩୦୭୦ ଟଙ୍କା ପ୍ରଦାନ,  ଧାନ ମଣ୍ଡି ଗୁଡିକୁ ତଦାରଖ କରିବା ପାଇଁ ବ୍ଲକ ସ୍ତରୀୟ କଣ୍ଟ୍ରୋଲ ରୁମ୍ ଖୋଲାଯିବା, ଆଦିବାସୀ ତଥା ଜଙ୍ଗଲ ବାସିନ୍ଦାଙ୍କ ପାଇଁ ଜମି ପଟ୍ଟା ପ୍ରଦାନ, ଆଦିବାସୀଙ୍କ ମୌଳିକ ସମସ୍ୟା ଗୁଡିକ ସମାଧାନ , ଋଣ ଆଣି କ୍ଷତିଗ୍ରସ୍ତ ହୋଇଥିବା ମହିଳା ଗୋଷ୍ଠୀ ମାନଙ୍କର ରୁଣ ଛାଡ, ଚାଷୀମାନଙ୍କ ସମସ୍ତ ଋଣ ଛାଡ କରାଯିବା ସହ ବିନା ସୁଧରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୂତନ ଋଣ ଦିଆଯିବା ଭଳି ଦାବି ନେଇ ଶତାଧିକ ମହିଳା ଓ ପୁରୁଷ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବାହାରି ବେଗୁନିଆପଡ଼ା ଗ୍ରାମ ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ଏକ ଦାବିପତ୍ର ବେଗୁନିଆପଡ଼ା ବିଡ଼ିଓ ବେଦବର ପ୍ରଧାନଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ଦିଆଯାଇଛି। ଯଦି ଦାବି ଗୁଡିକ ତୁରନ୍ତ ପୂରଣ ନ କରନ୍ତି ଆଗକୁ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଏଥିରେ ସହାସଭାର ମୁଖ୍ୟ ଉପଦେଷ୍ଟା ପ୍ରଫୁଲ୍ଲ ସାମନ୍ତରା,ସାଧାରଣ ସମ୍ପାଦକ ସିମାଞ୍ଚଳ ନାହକ , ବିଜୟ କୁମାର ସ୍ୱାଇଁ,ମଧୁସୁଦନ ସେଠୀ,ଶାଖା ସାଧାରଣ ସମ୍ପାଦକ ଭାସ୍କର ନାୟକ ,ଆବାହକ ନବକୃଷ୍ଣ ସ୍ୱାଇଁ, ହୀନ ମହାପାତ୍ର, ଚିତ୍ତରଞ୍ଜନ ନାୟକ, ଚରଣ ମହାନ୍ତି, ସୁବାଷ ମହାନ୍ତି, ଶୋଭା ବେହେରା, ନଳିନୀ ନାୟକ, କବିତା ଗୌଡ଼ ପ୍ରମୁଖ ଯୋଗ ଦେଇ ସମସ୍ୟ। ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.