ରୀତିନୀତିରେ ଶେଷ ହେଲା ମାଆଙ୍କର ମହାଷ୍ଟମୀ ପୂଜା ।

0 285

ଭଞ୍ଜନଗର,୧୩/୧୦(ପିପିଟି): ଜଗତ ଜନନୀ ଦେବୀ ମାଆ ଦୁର୍ଗାଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଗ୍ରାମ ଠାରୁ ସହର।ଏକ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ ଶୋଭା ପାଉଛି ମାଆଙ୍କର ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି।ବୁଧବାର ଥିଲା ଦେବୀଙ୍କର ମହାଷ୍ଟମୀ ପୂଜା।ଏଥି ନିମନ୍ତେ ବିଭିନ୍ନ ଶକ୍ତିପୀଠ ଓ ପୂଜା କମିଟି ତରଫରୁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଚଣ୍ଡୀପାଠ ଓ ଯଜ୍ଞର ଆୟୋଜନ କରାଯାଇଥିଲା। କରୋନା କଟକଣା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଆୟୋଜକ ଓ ପୂଜକ ମିଶି ୭ଜଣଙ୍କୁ ପୂଜା କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରଶାସନ ତରଫରୁ ନିର୍ଦ୍ଦେଶ ରହିଛି।ସାଧାରଣ ଭକ୍ତଙ୍କୁ ଦର୍ଶନ ବାରଣ ଓ ପ୍ରସାଦ ସେବନ ପାଇଁ କଟକଣା ରହିଛି।ଯାହାଫଳରେ ବହୁ ଭକ୍ତ ନିରାଶ ହୋଇଛନ୍ତି। ପୂର୍ବବର୍ଷ ଭଳି ଆଉ ଏହିବର୍ଷ ବିରାଟ ତୋରଣ, ରଙ୍ଗବେରଙ୍ଗ ଆଲୋକ ମାଳା,ସୁସଜ୍ଜିତ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବନ୍ଦ ରହିଛି। ଭଞ୍ଜନଗର ସହରରେ ଆୟୋଜିତ ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟରେ ୫୩ବର୍ଷ ହେଲା ଦୁର୍ଗା ପୂଜା ହୋଇ ଆସୁଥିବା ବେଳେ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ସୀମିତ ଲୋକଙ୍କୁ ନେଇ ପୂଜାକାର୍ଯ୍ୟ ଚାଲିଛି। ସେହିପରି ମୁଖ୍ୟରାସ୍ତା ରେ ଥିବା ଭଞ୍ଜ ପରିଷଦ ଠାରେ ଦୁର୍ଗା ପୂଜା ୭୬ବର୍ଷରେ ପଦାର୍ପଣ କରିଥିବା ବେଳେ ଖାଲାସି ସାହି ଠାରେ ବିଶ୍ୱ ଜନନୀ କଳା ପରିଷଦ ତରଫରୁ ଦୁର୍ଗା ପୂଜା ୪୪ବର୍ଷ ଓ ସରକାରୀ ବସ ଷ୍ଟାଣ୍ଡ ଠାରେ ମଧ୍ୟ ୫୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ପୂଜାର ଆୟୋଜନ କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.