ରିଲିଜ ହେଲା ମାସ୍କ ନାହିଁତ ଯାତ୍ରା ନାହିଁ ଭାଗ-୨ ।

0 167

ଭଞ୍ଜନଗର,୦୪/୧୧(ପିପିଟି);ବେଳଗୁଣ୍ଠା ବ୍ଲକ ପଳାସ ପଲ୍ଲୀ ଠାରେ ଆର.ସି.ଏସ ମିଡିଆ ଏଣ୍ଡ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ ନାହିଁ ତ ଯାତ୍ରା ନାହିଁ ଭାଗ-୨ ବୁଧବାର ମୁକ୍ତିଲାଭ କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସମ୍ମାନିତ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ପୂର୍ବତନ ସରପଞ୍ଚ ଏସ.ରାମେଶ୍ୱର ପାତ୍ର,ପୂର୍ବତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଓ ଓଲିଉଡ ହାସ୍ୟ ଅଭିନେତା ବ୍ରଜ ସିଂ ଉପସ୍ଥିତ ଥିଲେ। ଏଥିରେ କମେଡିଆନ ବ୍ରଜ ସିଂଙ୍କ ସମେତ ସ୍ଥାନୀୟ କଳାକାରମାନେ ସୁନ୍ଦର ଅଭିନୟ କରି କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିବା ଅତିଥିମାନେ କହିଥିଲେ। ପୂର୍ବରୁ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ବେଶ ସଫଳତା ଅର୍ଜନ କରିଥିବା ବେଳେ ଏବେ ମଧ୍ୟ ଦ୍ଵିତୀୟ ଭାଗ ଚର୍ଚ୍ଚିତ ହେବ ବୋଲି ଆୟୋଜକ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.