ରାୟଗଡା ଜିଲ୍ଲାର ପୂର୍ବତନ ବିଜେପି ସଭାପତି ତପନ ତୋପାଦାରଙ୍କ ଦେହାନ୍ତ।

0 342

ରାୟଗଡା,୨୨/୦୫(ପିପିଟି); ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେପି ସଭାପତି ତପନ ତୋପାଦାରଙ୍କ ଦେହାନ୍ତ ହୋଇଯାଇଛି। କଲେଜ ରାଜନୀତିରୁ ଆରମ୍ଭ କରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇଥିଲେ। ରାୟଗଡା କଲେଜର ସାଧାରଣ ସମ୍ପାଦକ,୧୯୯୭ରେ ଜେକେପୁର ଜିଲ୍ଲା ପରିଷଦ ସଭ୍ୟ ରହି ସଂଗଠନ ଦୃଢ କରିଥିଲେ। ୨୦୧୨ରେ ଜିଲ୍ଲା ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୫ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିଲେ।ତାଙ୍କର ଆବର୍ତମାନରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ପୂର୍ବତନ ସଭାପତି ରଜତ ମାଦଳା,ଶିଵଶଙ୍କର ଉଲାକା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଳାକା, ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା, ନଗର ସଭାପତି ଶ୍ୟାମସୁନ୍ଦର ଦାସ ଓ ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳିରାମ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଭଳି ସଙ୍ଗଠକ ହରାଇବା ଦଳ ନିମନ୍ତେ ଏକ ଅପୁରଣୀୟ କ୍ଷତି।
(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.