ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଆରମ୍ଭ।

0 681

ଶେରଗଡ,୧୧/୦୮(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିର କଥା କହିଲେ ହୁଏତ କାନକୁ ଶୁଣିବା ପାଇଁ ଭଲ ଲାଗିନପାରେ। ଶେରଗଡ ବ୍ଲକ ଅନ୍ତର୍ଗତ ପିତଳ ପଞ୍ଚାୟତର ପିତଳ ଗ୍ରାମରେ ପୂର୍ତ୍ତବିଭାଗ ରାସ୍ତା ଠାରୁ ଋଷୁକୁଲ୍ଯା ନଦୀ ପାର୍ଶ୍ବ ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୬ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ଯକୁ ନେଇ ବର୍ତ୍ତମାନ ବିବାଦ ଉଠିଛି। ଏହି ରାସ୍ତା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିବା ଏବଂ ସୋମବାର ଦିନ ଭିଜିଲାନ୍ସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ନେଇ ଶୁଣିବାକୁ ମିଳିଛି। ଘଟଣା ସମ୍ପର୍କରେ ପଞ୍ଚାୟତ ପିଇଓଙ୍କୁ ପଚାରିବାରୁ ସେ କହିଥଲେ ଭିଜିଲାନ୍ସରେ କେସ ହୋଇଛି ଓ ଭିଜିଲାନ୍ସ ଅସି କାର୍ଯ୍ଯ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.