ରାସ୍ତା ଖରାପ ଯୋଗୁଁ ୨ କିମି ଷ୍ଟ୍ରେଚରରେ ବୁହା ହେଲା ରୋଗୀ ।

0 243

ମାଲକାନଗିରି,ତା:୧୪/୦୬(ପିପିଟି); ମାଲକାନଗିରି ଜିଲ୍ଲାରେ ଏବେ ମଧ୍ଯ ବହୁ ଅଞ୍ଚଳକୁ ଗମନାଗମନର ସୁବିଧା ନାହିଁ ।ନେତାମାନେ ଭୋଟ ପାଇଲା ପରେ ୫ ବର୍ଷ ପର୍ଯ୍ଯନ୍ତ କୌଣସି ଗାଁରେ ପାଦ ପକାନ୍ତି ନାହିଁ । ଦେଇଥିବା ସବୁ ପ୍ରତିଶ୍ରୁତିକୁ ନିର୍ବାଚନରେ ବିଜୟ ପରେ ସଂପୂର୍ଣ୍ଣ ଭୁଲି ଯାଆନ୍ତି । ତେଣୁ ମାଲକାନଗିରି ଜିଲ୍ଲା ଆଜି ବି ଅପହଞ୍ଚ ଅବହେଳିତ ଅବସ୍ଥାରେ ପଡି ରହିଛି !କେଉଁଠି ରାସ୍ତା ନାହିଣ ତ କେଉଁଠି ପିଇବାକୁ ସ୍ବଛ ପାଣିର ଅଭାବ ନଳ କୂପଟିଏ ନାହିଁ । କେଉଁଠି ଶିକ୍ଷା ପ୍ରାପ୍ତି ପୀଇଁ ପ୍ରାଥମିକ ବିଦ୍ଯାଳୟଟିଏ ନାହିଁ । କେଉଁଠି ସ୍ବାସ୍ଥ୍ଯ ସୁବିଧା ନାହିଁ । ଏମିତି ଅନେକ ମୌଳିକ ସମସ୍ଯାର ସମାଧାନ ହୋଇ ପାରି ନି । ଏମିତି ଏକ ଦୁର୍ଗମ ଗାଁ ପାପରମେଟଲା ପଞ୍ଚାୟତର କୁନିଗୁଡା ।ଯେଉଁ ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ ।ଫଳରେ ମୁମୁର୍ଷୁ ରୋଗୀଙ୍କ ଅବସ୍ଥା ସବୁ ବେଳେ ସଂକଟାପନ୍ନ ପରିସ୍ଥିତି ଦେଇ ଗତି କରିଥାଏ । ବର୍ତ୍ତମାନ ଜଣେ ମୁମୁର୍ଷୁ

ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳର ପାପର ମଟଲା ପଞ୍ଚାୟତ ଅନ୍ତର୍ଗତ କୁନିଗୁଡା ଗ୍ରାମରେ ଗଣେଶ ପାଙ୍ଗୀ(୨୫) ନାମକ ଜନୈକ ରୋଗୀ ୨ ଦିନ ହେବ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଶଯ୍ଯାଶାୟୀ ହେୀଇ ପଡିଥିବା ବେଳେ ଗାଁର ଏକ ଶିକ୍ଷିତ ବ୍ଯକ୍ତି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଜଣାଇ ଥିଲେ । ଫଳରେ ଚିତ୍ରକୋଣ୍ଡା ହସ୍ପିଟାଲରପ ଆମ୍ବୁଲାନସ ଆସି କୁନିଗୁଡା ଗ୍ରାମର ୨ କିମି ଦୂରରେ ଅଟକି ଥିଲା । ରାସ୍ତା କାଦୁଅରେ ପରିରୂର୍ଣ୍ଣ ଥିବା ସହ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଗୋପାଳ କୃଷ୍ଣ ପଣ୍ଡା ଏବଂ ସୁନ୍ଦର ଦାତା ଦୁହେଁ ଷ୍ଟ୍ରେଚର ଧରି କୁନିଗୁଡା ଗ୍ରାମରେ ପହଞ୍ଚି ୨ କିମି ଦୂର କାଦୁଅ ରାସ୍ତାରେ ରୋଗୀ ଗଣେଶ ପାଙ୍ଗୀକୁ ବୋହି ଆଣି ଥିଲେ । ସେଠାରୁ ରାସ୍ତାରେ ଅଟକି ରହିଥିବା ଆମ୍ବୁଲାନସରେ ଧରି ଚିତ୍ରକୋଣ୍ଡା
ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଫଳରେ ଦୁଇ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ନିସ୍ବାର୍ଥପର ସେବା ଦେଖି ପରିବାର ବର୍ଗ ସହ ଗାଁ ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ ।

(ରିପୋର୍ଟ- କେଶବ ଚନ୍ଦ୍ର ନାୟକ। )

Leave A Reply

Your email address will not be published.