ପୋଲସରା,୨୭/୦୧(ପିପିଟି): ଆଜି ପୋଲସରା ନିକଟସ୍ଥ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଚାଷୀ ମାନେ ପୋଲସରା-ବୁଗୁଡା ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିବା ସହିତ ପ୍ରତିବାଦ କରିଥିଲେ। ପ୍ରତିବାଦକାରି ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ମିଳିଥିବା ଟୋକେନ୍ ର ଅବଧି ସରିବାକୁ ଯାଉଥିଲେ ମଧ୍ୟ ମଣ୍ଡି କିମ୍ବା ମିଲ୍ ମାଲିକ କେହି ହେଲେ ଧାନ ଉଠାଉ ନାହାଁନ୍ତି। ଯେଉଁ ମାନଙ୍କ ଧାନ ଉଠାଉଛନ୍ତି ସେମାନଙ୍କ ଠାରୁ ଧାନ କ୍ୱିଣ୍ଟାଲ ପ୍ରତି ୧୧୦ କିଲୋଗ୍ରାମ ନେଉଛନ୍ତି। ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାଁନ୍ତି। ଚାଷୀ ମାନେ ଦିର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ଦ୍ୱାରା ରାସ୍ତା ର ଦୁଇ ପଟରେ ଗାଡି ମୋଟର ଠିଆ ହୋଇ ରହିବା ଯୋଗୁଁ ଯାତାୟତରେ ଅସୁବିଧା ଉପୁଜିଥିଲା। ଫଳରେ ସ୍ଥାନୀୟ ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )