ଭଞ୍ଜନଗର,୦୫/୦୯(ପିପିଟି): ସ୍ଥାନୀୟ ବେଲଗୁଣ୍ଠା ରୋଡ଼ରେ ସୋମବାର ଅପରାହ୍ନ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ପାଗଳ ଷଣ୍ଢ ଉପଦ୍ରବ ଚଳାଇଥିଲା। ରାସ୍ତାରେ ଉପରେ ଷଣ୍ଢଟି ଠିଆ ହୋଇ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇବାରୁ ବହୁ ଲୋକ ନିଜ ସାଇକେଲ, ଗାଡ଼ି ଛାଡ଼ି ଏଣେ ତେଣେ ଦୌଡି କେତେକ ଖଣ୍ଡିଆ ଖାବରା ମଧ୍ୟ ହୋଇଛନ୍ତି।ଭୟଭୀତ ହୋଇ କେତେକ ଲୋକ ଫେରିଯାଇ ଅନ୍ୟ ରାସ୍ତାରେ ଯାଇଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଥିଲା। ବହୁ କଷ୍ଟରେ ସ୍ଥାନୀୟ ଲୋକମାନେ ଷଣ୍ଢ ଟିକୁ ଘଉଡାଇବାରେ ସକ୍ଷମ ହେବାପରେ ଚଳପ୍ରଚଳ ସ୍ୱାଭାବିକ ଭାବରେ ହୋଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post
Next Post