ରାସ୍ତାରୁ ହଟିଲେ ବୁଲା ଗାଈ ଗୋରୁ ।

0 257

ଭଞ୍ଜନଗର,୨୪/୦୯(ପିପିଟି); ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର ଓ ଗାଈ ଗୋରୁଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ମେନ ରୋଡ଼, ହାଇସ୍କୁଲ ଛକ, ମେଡିକାଲ ରୋଡ଼, ପୋଷ୍ଟ ଅଫିସ ଛକ, ବାଇପାସ ଆଦି ସ୍ଥାନରେ ଗାଈ ଗୋରୁ ମାନେ ରାସ୍ତା ଅବରୋଧ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇ ରହୁଛନ୍ତି। ତେଣୁ ଯାତାୟାତରେ ବହୁ ଅସୁବିଧା ହେଉଛି। ଆଜି ଏନ.ଏ.ସି ତରଫରୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ବୁଲା ଗାଈ ଗୋରୁ ମାନଙ୍କୁ ନେଇ ସହର ବାହାରେ ଛଡ଼ା ଯାଉଥିବା ଜଣାପଡ଼ିଛି। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.