ଜଗତସିଂହପୁର,୨୧/୦୬(ପିପିଟି), ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜଗତସିଂହପୁର ଜିଲ୍ଲା ଯୁବ ଶାଖା ପକ୍ଷରୁ କରୋନା ସଂକ୍ରମିତ ରୋଗୀ ମାନଙ୍କୁ ଅକ୍ସିଜେନ ସହାୟତା ନିମନ୍ତେ ଅକ୍ସିଜେନ ଏକ୍ସପ୍ରେସ ସଙ୍ଗଠନକୁ ୪ଟି ଅକ୍ସିଜେନ ସିଲିଣ୍ଡର ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ।ରାଷ୍ଟ୍ରୟ ମଜଦୁର କଂଗ୍ରେସ ଜଗତସିଂହପୁର ଜିଲ୍ଲାର ଯୁବ ଶାଖାର ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ଗୁରୁଜୀ ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ କରୋନା ମହାମରୀର ସମୟରେ ଅକ୍ସିଜେନର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିବା ସହ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖାର ସାଧୁ ଉଦ୍ୟମକୁ ପ୍ରଶଂସିତ କରିବା ସହିତ ଅକ୍ସିଜେନ ଏକ୍ସପ୍ରେସ ଟିମର ସଦସ୍ଯ ମାନଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା, ସାମାଜିକ କର୍ମୀ ପ୍ରଦୀପ୍ତ କୁମାର ମିତ୍ର, ଡାକ୍ତର ଜଗଦାନନ୍ଦ ବେହେରା, ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ,ରାଜ୍ଯ ଯୁବ କଂଗ୍ରେସ ସମ୍ପାଦକ ବିରେନ ଦଳାଇ,ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ଛାତ୍ର ନେତା କୃଷ୍ଣଚନ୍ଦ୍ର ପ୍ରଧାନ,ସତ୍ୟବ୍ରତ ବିଶ୍ବାଳ ଓ ସମସ୍ତ ବନ୍ଧୁ ମାନେ ଯୋଗଦାନ କରି ସହଯୋଗ କରିଥିଲେ। ରାଷ୍ଟୀୟ ମଜଦୂର କଂଗ୍ରେସ ଜଗତସିଂହପୁର ଜିଲ୍ଲାର ଯୁବ ଶାଖାର ସଭାପତି ବିପ୍ଳବ ଚୌଧୁରୀ ଅକ୍ସିଜେନ ଏକ୍ସପ୍ରେସ ଟିମର ଆଲୋକ ଦାସ, କାଳୀ କିଙ୍କର ମହାନ୍ତି,ଅଜୟ କୁମାର ଗୋଛାୟତ ଓ ଟିମର ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ ପ୍ରତାପ କୁମାର ସିଂହ)
Prev Post
Next Post