ମାଲକାନଗିରି,ତା:୧୯/୧୧(ପିପିଟି) ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆଦିବାସୀଙ୍କ ସ୍ୱତନ୍ତ୍ର ଅଧିକାର ଗୁଡିକର ସୁରକ୍ଷା ନିମନ୍ତେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ୍ ଓ ତହସିଲ ସ୍ତରୀୟ ବିପ୍ଳବୀ କ୍ରାନ୍ତିକାରୀ ବନ୍ଧୁମାନଙ୍କ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଦେଶରେ ଆଦିବାସିଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରା ଯାଉଅଛି। ଦାବିପତ୍ରରେ ଆଦିବାସୀ ମାନଙ୍କର ପରିଚୟ ସମାପ୍ତ କରିବାକୁ ଷଡଯନ୍ତ୍ର । ୨୦୨୧ ଜନଗଣନାରେ ଆଦିବାସୀ ମାନଙ୍କ ପାଇଁ ଅଲଗା ଧର୍ମ କୋଡ ବ୍ୟବସ୍ଥା କରାଯାଉ। ଧାର୍ମିକ ସ୍ବାଧୀନତାର ମୌଳିକ ଅଧିକାରରୁ ବଞ୍ଚିତ କରି ରଖିବା। ଆଦିବାସୀ ମାନେ ବନବାସୀ ନୁହଁନ୍ତି ।ଆଦିବାସୀଙ୍କ ବିରୋଧରେ ନକଲି ଏବଂ ମିଥ୍ୟା ମାମଲା ଉଛେଦ କରାଯାଉ ।ଭୂମି-ମାଫିଆଙ୍କ ମାଧ୍ୟମରେ ଆଦିବାସୀ ମାନଙ୍କ ପ୍ରତି ଷଡଯନ୍ତ୍ରକୁ ବନ୍ଦ କରାଯାଉ। ଆଦିବାସୀଙ୍କ ବିରୁଦ୍ଧରେ ଦେଶର ନ୍ୟାୟପାଳିକା କାର୍ଯ୍ୟ କରୁଛି।ସିଏନଟି ଏବଂ ଏସପିଟି ଆକ୍ଟକୁ ସମାପ୍ତ କରିବାର ଷଡଯନ୍ତ୍ର ବନ୍ଦ କରାଯାଉ। ବିକାଶ ନାମରେ ଆଦିବାସୀମାନଙ୍କର ବିସ୍ଥାପନ ବନ୍ଦ କରାଯାଉ। ପ୍ରଲୋଭନ ଦେଖାଇ ଆଦିବାସୀମାନଙ୍କର ସମ୍ପତିକୁ ଲୁଟ କରବାର ଷଡଯନ୍ତ୍ରକୁ ବନ୍ଦ କରାଯାଉ। ଲିଖିତ ଦଲିଲ ମାଧ୍ୟମରେ ଆଦିବାସୀମାନଙ୍କର ପରିଚୟକୁ ସମାପ୍ତ କରିବା ଷଡଯନ୍ତ୍ର ବନ୍ଦ କରାଯାଉ।ସିଏଏ/ଏନଆରସି/ଏନ ଆରପି ଦ୍ବାରା ଆଦିବାସୀ ମାନଙ୍କୁ ଉଛେଦ କରିବା ଚକ୍ରନ୍ତକୁ ବନ୍ଦ କରାଯାଉ । ଲକ୍ ଡାଉନ୍ ସମୟରେ ଲୋକଙ୍କର ମୌଳିକ ଅଧିକାରର ଉଲ୍ଲଂଘନରୁ ସରକାର କ୍ଷାନ୍ତ ରହନ୍ତୁ ।ଆଦିବାସୀଙ୍କୁ ମାଓବାଦୀ ଆକ୍ଷେପ କରିବାର ଷଡଯନ୍ତ୍ରରୁ ନିବୃତ୍ତ ରହନ୍ତୁ। ଅନୁସୂଚୀତ କ୍ଷେତ୍ରକୁ (ସେଡ୍ୟୁଲ୍ଡ ଏରିଆ) ଅଣ -ଅନୁସୂଚୀତ କ୍ଷେତ୍ରରେ ରୂପାନ୍ତର କରିବାର ସଂପର୍କରେ ସମୀକ୍ଷା କରାଯାଉ । ଆଦିବାସୀ ମାନଙ୍କର ବିଚ୍ଛିନ୍ନକରଣ ।ଆଦିବାସୀଙ୍କ ମହାପୁରୁଷଙ୍କୁ ବିକୃତି କରିବା ପାଇଁ ଷଡଯନ୍ତ୍ର ପ୍ରୟାସରୁ କ୍ଷାନ୍ତ ରହନ୍ତୁ ଇତ୍ୟାଦି କୁ ନେଇ ଦେଶବ୍ୟାପି ଆନ୍ଦୋଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଘେନୁ ମୁଦୁଲି, ଜାରା ଶବର ମାଡି, ହରି ଗୋଲରି , କର୍ଣ୍ଣ ପଡିଆମୀ , ଲକ୍ଷ୍ମଣ ଘରାମୀ ଓ ଅନ୍ୟାନ୍ୟ ତହସିଲର ଆଦିବାସୀ ସଂଗଠନର ନେତୃବୃନ୍ଦ ଉପସ୍ଥିତ ଥଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post