ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ।

0 444

ଉଲୁଣ୍ଡା,୨୭/୦୧(ପିପିଟି); ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସହରରେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ କରାଯାଇ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ କରାଯାଇଥିଲା । ପରେ ଏକ ଶୋଭାଯାତ୍ରା ବାହାରି ଉଲୁଣ୍ଡା ବସ୍ତି ପରିକ୍ରମା କରିଥିଲା । ଏହି ନିଧି ସଂଗ୍ରହ କାର୍ଯ୍ୟକ୍ରମରେ ଆରଏସଏସର ରାଜେନ୍ଦ୍ର ନାୟକ,ଜିଲ୍ଲା ସଂଯୋଜକ ଧର୍ମ ନିରଞ୍ଜନ ପଣ୍ଡା, ଲୋକନାଥ ମାହାର,ସିତାରାମ ପାଣିଗ୍ରାହୀ,ଗୌରଚରଣ ପରିଛା, ତଥାଗତ ମହାକୁର,ନନ୍ଦକିଶୋର ବଘାର ପ୍ରମୁଖ ସାମିଲ ଥିଲେ । ସେହିଭଳି ବିରମହାରାଜପୁର ବ୍ଲକରେ ମଧ୍ୟଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା ପରେ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ବଡ଼ଖମାର ବରାହ ପ୍ରଦର ମଠର ମହନ୍ତ ଖେଳାକୃଷ୍ଣ ଦାସଙ୍କ ନେତୃତ୍ୱରେ ନଗର ପରିକ୍ରମା କରାଯାଇଥିଲା । ଏହି ଅଭିଯାନ ବ୍ଲକର ବିଭିନ୍ନ ପଂଚାୟତକୁ ଯାଇ ନିଧି ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହା ଆସନ୍ତା ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବା । ଏହି କାର୍ଯ୍ୟକ୍ରମରେ ଭଗବାନ ମିଶ୍ର,କାର୍ଯ୍ୟବାହାକ ସତ୍ୟ ମିଶ୍ର,ବେଣୁଧର ଦାସ,ରବି ପଣ୍ଡା ପ୍ରନୁଖଙ୍କ ସହ ବଜରଙ୍ଗ ଦଳର ସଦସ୍ୟ ମାନେ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କର୍ଣ୍ଣ ।)

Leave A Reply

Your email address will not be published.