ବେଗୁନିଆ,୦୫/୦୮(ପିପିଟି):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଅଞ୍ଚଳର ମା ରାମଚଣ୍ଡୀ ଙ୍କ ପୀଠରେ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଏବଂ ସରକାର ପାଇକ ମାନଙ୍କ ସ୍ମୃତି ରକ୍ଷା ପାଇଁ ବରୁଣେଇ ନିକଟରେ କୋଟି କୋଟି ଟଙ୍କା ମୁଲ୍ୟର ଜାଗା ଯୋଗାଇ ଦେଇଥିବା ଅବସରରେ ଆଜି ଗଡମାଣତୀର ରାମଚଣ୍ଡୀଙ୍କ ପୀଠ ଠାରେ ଆଞ୍ଚଳିକ ପାଇକ ମହାସଂଘ ଗଡ଼ମାଣତୀର ତରଫରୁ ପାଇକ ଆଖଡା ପ୍ରଦର୍ଶନ ହୋଇଥିଲା ।ପାଇକଗୁରୁ ଭାସ୍କର ସୁନ୍ଦରାୟଙ୍କ ନେତୃତ୍ୱରେ ଏହି ପାଇକ ଆଖଡା ଅନୁଷ୍ଠିତ ହୋଇଥିବାବେଳେ ପୂର୍ଣ୍ଣଚନ୍ଦ୍ର ରାଉତରାୟ ,ରମେଶ ପାଇକରାୟ ,କେଳୁଚରଣ ରାଉତରାୟ ,ରମେଶ ଜେନା , ସୁବାଷ ସୁନ୍ଦରାୟ ,ଗୋବିନ୍ଦ ଚନ୍ଦ୍ର ରଥ ପ୍ରମୁଖଙ୍କ ସହିତ ବହୁ ପାଇକ ସେମାନଙ୍କର ଖେଳ ପ୍ରଦର୍ଶନ କରିଥିଲେ । ସରକାରଙ୍କୁ ଧନ୍ୟବାଦ ଦେବା ସହ ସରକାରଙ୍କ ପ୍ରୋତ୍ସାହନ ରହିଲେ ପାଇକ ଜାତି ଆଗକୁ ବଢ଼ିବାରେ ସହାୟକ ହେବ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)