ରାଜ ରାସ୍ତା କଡ଼ରେ ନବଜାତ ଶିଶୁର ମୃତଦେହ ଠାବ ।

0 2,086

ବ୍ରହ୍ମପୁର, ୦୩/୦୨(ପିପିଟି): ବ୍ରାହ୍ମପୁର ଠାରୁ ତପ୍ତପାଣି ମୁଖ୍ୟ ଜାତୀୟ ରାଜପଥ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମ ନିକଟରେ ଗୋଟିଏ ନବଜାତ ଶିଶୁର ମୃତ ଦେହ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଶିଶୁଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକ ମାନେ ରୁଣ୍ଡ ଜମିଛି । ତଥାପି ପିଲାଟି କାହାର ଚିହ୍ନଟ ହୋଇପାରିନି । କିଭଳି ଓ କେଉଁ ପରିସ୍ଥିତିରେ ଶିଶୁର ମୃତ ଦେହ ଏଠାରେ ପଡିଛି ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ନବ ଜାତ ଶିଶୁଟିକୁ କେହି ଦୁର୍ବୁତ୍ତ ଜରି ବ୍ୟାଗ ରେ ଭର୍ତି କରି ରାସ୍ତା କଡରେ ଫୋପାଡ଼ି ଦେଇଥିବା ସୂଚନା ମିଳୁଛି । ଅନ୍ୟପଟେ ମୃତ ଶିଶୁଟି ଅବୈଧ ଶିଶୁର ମୃତୁ ନା ଶିଶୁକୁ ମୃତ୍ୟୁ ପରେ ସେଠାରେ କେହି ଫୋପାଡ଼ି ଦେଇଛି ନା ଆଉ କିଛି ଅଘଟଣ ହୋଇ ଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀଙ୍କ ଘଟଣା ସ୍ଥଳକୁ ପହଞ୍ଚି ନଥିବା ଅଞ୍ଚଳ ବାସି ସୁଚନା ଦେଇଛନ୍ତି । ରାଜ ରାସ୍ତାରେ ଅନେକ ପ୍ରଶାସନ ଗାଡି ସବୁ ଯାଉଛି ହେଲେ କାହାର ନଜର ନିରୀହ ନିସପାପ ଶିଶୁଟି ମରିପଡ଼ିଚି ହେଲେ କାହାର ନଜର ପଡୁନି । ଏହା ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଚି । ଏହା ଆମର ମାନ୍ୟବର ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.