ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ବୀରମହାରାଜପୁର ର ୩ ବାଳିକା ମନୋନୀତ ।

0 226

ଉଲୁଣ୍ଡା ,୦୨/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ତିନି ଜଣ ବାଳିକା ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିବା ଜଣାଯାଇଛି। ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିଅମ ଠାରେ ଜୁନ ୨୪,୨୫ ତାରିଖ ରେ ରାଜ୍ୟ ସ୍ତରୀୟ ଉପକନିଷ୍ଠ ବକ୍ସିଂ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର ତିନି ଜଣ ବାଳିକା ବକ୍ସିଂ ଖେଳାଳି ଉପକନିଷ୍ଠ ବିଭାଗ ରେ ଜାତୀୟ ସ୍ତରକୁ ମୋନନୀତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ୪୪ ରୁ ୪୬ କିଲୋ ବର୍ଗରେ ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ମୌସୁମୀ ସିଂ, ୩୨ ରୁ ୩୪ କିଲୋ ବର୍ଗରେ ସଂଗ୍ରାମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ କରିନା ସେଠି ଏବଂ ୪୦ ରୁ ୪୨ କିଲୋ ବର୍ଗରେ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରିୟା ସିଂ ଜାତୀୟ ବକ୍ସିଂ ପ୍ରତିଯୋଗିତା ରେ ଭଗନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ଖେଳାଳି ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଅଥଲେଟିକ ସଂଘ ର ସମ୍ପାଦକ ପିୟୁଷ କୁମାର ପଣ୍ଡା, କଲିମ ମହମ୍ମଦ, ରାଜେଶ ମେଣ୍ଡୁଳି, ହେମନ୍ତ ରାଉତ, ଜିଲ୍ଲା ଆମେଚର ବକ୍ସିଂ ସଂଘ ର ସମ୍ପାଦକ ସମେତ ଅନ୍ୟାନ୍ୟ ଶୁଭେଛୁ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.