ରାଜ୍ୟସ୍ତରୀୟ ଜୁନିଅର କବାଡ଼ି ଚମ୍ପିଆନସିପ ଉଦଘାଟିତ ।

0 731

ଆସିକା,୧୭/୧୨(ପିପିଟି):ଆଜିଠାରୁ ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିଅମ ଠାରେ ୪୯ତମ ରାଜ୍ୟସ୍ତରୀୟ ଜୁନିଅର କବାଡି ଚମ୍ପିଆନସିପ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ କବାଡି ଚମ୍ପିଆନସିପକୁ ଉଦ୍‌ଘାଟନ କରିଛନ୍ତି । ଆସନ୍ତା ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଚମ୍ପିଆନସିପରେ ରାଜ୍ୟର୩୦ ଗୋଟି ଜିଲ୍ଲାରୁ ପ୍ରାୟ ୮୦୦ ଦଳ ଭାଗ ନେବେ । ଆଜିର ପ୍ରଥମ ଦିନରେ ସମ୍ମାନୀତ ଅତିଥି ଭାବରେ ଗଞ୍ଜାମ କବାଡି ଆସୋସିଏସନର ସଭାନେତ୍ରୀ ତଥା ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଗଞ୍ଜାମ କବାଡି ଆସୋସିଏସନ ର ସମ୍ପାଦକ ନଚିକେତା ସ୍ବାଇଁ,ରାଜ୍ୟ କବାଡି ଅସୋସିସନର ସମ୍ପାଦକ ଅଜୟ ବେହେରା,ଗଞ୍ଜାମ କବାଡି ଅସୋସିସନର କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ପ୍ରାଣିଗ୍ରାହୀ,ଏମ୍ ତାରିଣୀ ସେନାପତି, ଭଗବାନ ସାହୁ, ସତ୍ୟନାରାୟଣ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.