ଭୁବନେଶ୍ବର,୦୪/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୭୭ । ବର୍ତ୍ତମାନ ସୁଦ୍ଧା ୬୦,୬୦,୭୯୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୦,୩୯୪ ଚିହ୍ନଟ ହୋଇଛନ୍ତି ୩,୧୪,୦୨୩ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୬୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୭୭ ଜଣଙ୍କ ମଧ୍ୟରୁ ୨୧୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୬୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।