ଭୁବନେଶ୍ବର,୨୧/୧୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୭୮ । ବର୍ତ୍ତମାନ ସୁଦ୍ଧା ୫୫,୧୮,୬୪୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୩,୩୨୩ ଚିହ୍ନଟ ହୋଇଛନ୍ତି ୩,୦୩,୮୯୭ ଜଣ ସୁସ୍ଥ ହୋଇଥିବା ବେଳେ ୭,୭୪୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୬୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୭୭୮ ଜଣଙ୍କ ମଧ୍ୟରୁ ୪୪୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୩୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।