ଭୁବନେଶ୍ବର,୧୦/୧୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୮୭। ବର୍ତ୍ତମାନ ସୁଦ୍ଧା ୫୦,୨୭,୯୫୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୦୩,୭୮୦ ଚିହ୍ନଟ ହୋଇଛନ୍ତି ୨,୮୯,୬୮୯ ଜଣ ସୁସ୍ଥ ହୋଇଥିବା ବେଳେ ୧୨,୫୮୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୪୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୯୮୭ ଜଣଙ୍କ ମଧ୍ୟରୁ ୫୭୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୪୧୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।