ଭୁବନେଶ୍ବର,୧୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୪୭୦ । ବର୍ତ୍ତମାନ ସୁଦ୍ଧା ୩୯,୨୧,୧୪୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୬୨,୦୧୧ ଚିହ୍ନଟ ହୋଇଛନ୍ତି ୨,୩୫,୭୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୧୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୦୮୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୪୭୦ ଜଣଙ୍କ ମଧ୍ୟରୁ ୧,୪୬୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୦୦୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।