ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୫୭୧୨୬ , ସୁସ୍ଥ ସଂଖ୍ୟା ୩୯୨୦୬,ମୃତ୍ୟୁ ସଂଖ୍ୟା ୩୩୩ ।

0 1,165

ଭୁବନେଶ୍ଵର,ତା-୧୫/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୪,୪୪୯ ମଧ୍ୟରୁ ୧୨,୦୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୮,୧୬୨ ମଧ୍ୟରୁ ୪,୫୧୫ ଜଣ ସୁସ୍ଥ ,୪୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ନୂତନ ଆକ୍ରାନ୍ତ ୨,୪୯୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୮,୫୫,୭୧୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୫୭,୧୨୬ ଚିହ୍ନଟ ହୋଇଛନ୍ତି ୩୯,୨୦୬ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୫୩୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୪୯୬ ଜଣଙ୍କ ମଧ୍ୟରୁ ୧,୫୯୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୯୦୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.