ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩୬୨୯୭ , ସୁସ୍ଥ ସଂଖ୍ୟା ୨୧୯୫୫ ଓ ମୃତ ସଂଖ୍ୟା ୨୦୭ ।

0 1,118

ଭୁବନେଶ୍ଵର,ତା-୦୩/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧,୩୨୩ ମଧ୍ୟରୁ ୭,୫୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୭ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୪,୯୧୪ ମଧ୍ୟରୁ ୧,୯୭୮ ଜଣ ସୁସ୍ଥ ,୨୯ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୧,୩୮୪ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୫୬,୫୮୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୩୬,୨୯୭ ଚିହ୍ନଟ ହୋଇଛନ୍ତି ୨୧,୯୫୫ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୦୯୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୪୧ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୩୮୪ ଜଣଙ୍କ ମଧ୍ୟରୁ ୮୭୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୧୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.