ଭୁବନେଶ୍ବର,୦୨/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୪ । ବର୍ତ୍ତମାନ ସୁଦ୍ଧା ୮୩,୬୦,୧୪୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୩୫୧ ଚିହ୍ନଟ ହୋଇଛନ୍ତି ୩,୩୪,୬୪୭ ଜଣ ସୁସ୍ଥ ହୋଇଥିବା ବେଳେ ୭୩୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୨୨୦,ସୁସ୍ଥ ସଂଖ୍ୟା ୫୨,୮୨୪, ଚିକିତ୍ସିତ ସଂଖ୍ୟା ୪୮, ମୃତ ସଂଖ୍ୟା ୩୩୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୬୮, ସୁସ୍ଥ ସଂଖ୍ୟା ୨୮,୯୭୮, ଚିକିତ୍ସିତ ସଂଖ୍ୟା ୪୪, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୯୭, ସୁସ୍ଥ ସଂଖ୍ୟା ୨୧,୬୩୭, ଚିକିତ୍ସିତ ସଂଖ୍ୟା ୦୪, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୭୪ ଜଣଙ୍କ ମଧ୍ୟରୁ ୪୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।