ଭୁବନେଶ୍ବର,୧୮/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୩ । ବର୍ତ୍ତମାନ ସୁଦ୍ଧା ୮୧,୦୦,୭୪୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୬,୪୬୦ ଚିହ୍ନଟ ହୋଇଛନ୍ତି ୩,୩୩,୭୮୮ ଜଣ ସୁସ୍ଥ ହୋଇଥିବା ବେଳେ ୭୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୧୪୩,ସୁସ୍ଥ ସଂଖ୍ୟା ୫୨,୭୬୩, ଚିକିତ୍ସିତ ସଂଖ୍ୟା ୩୪, ମୃତ ସଂଖ୍ୟା ୩୩୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୧୭, ସୁସ୍ଥ ସଂଖ୍ୟା ୨୮,୯୩୨, ଚିକିତ୍ସିତ ସଂଖ୍ୟା ୩୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୯୧, ସୁସ୍ଥ ସଂଖ୍ୟା ୨୧,୬୩୧, ଚିକିତ୍ସିତ ସଂଖ୍ୟା ୦୪, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୬୩ ଜଣଙ୍କ ମଧ୍ୟରୁ ୩୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।