ଭୁବନେଶ୍ବର,୦୯/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୫ । ବର୍ତ୍ତମାନ ସୁଦ୍ଧା ୭୯,୦୫,୩୩୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୭୯୭ ଚିହ୍ନଟ ହୋଇଛନ୍ତି ୩,୩୩,୦୩୧ ଜଣ ସୁସ୍ଥ ହୋଇଥିବା ବେଳେ ୮୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୦ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୧୦୨,ସୁସ୍ଥ ସଂଖ୍ୟା ୫୨,୭୦୦, ଚିକିତ୍ସିତ ସଂଖ୍ୟା ୫୬, ମୃତ ସଂଖ୍ୟା ୩୩୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୯୦, ସୁସ୍ଥ ସଂଖ୍ୟା ୨୮,୮୭୫, ଚିକିତ୍ସିତ ସଂଖ୍ୟା ୬୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୮୭, ସୁସ୍ଥ ସଂଖ୍ୟା ୨୧,୬୨୧, ଚିକିତ୍ସିତ ସଂଖ୍ୟା ୧୦, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୦୫ ଜଣଙ୍କ ମଧ୍ୟରୁ ୬୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୪୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।