ଭୁବନେଶ୍ବର,୦୭/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୨ । ବର୍ତ୍ତମାନ ସୁଦ୍ଧା ୭୮,୬୪,୫୫୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୬୨୦ ଚିହ୍ନଟ ହୋଇଛନ୍ତି ୩,୩୨,୮୪୨ ଜଣ ସୁସ୍ଥ ହୋଇଥିବା ବେଳେ ୮୧୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୯ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୮୫,ସୁସ୍ଥ ସଂଖ୍ୟା ୫୨,୬୯୬, ଚିକିତ୍ସିତ ସଂଖ୍ୟା ୪୩, ମୃତ ସଂଖ୍ୟା ୩୩୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୭୩, ସୁସ୍ଥ ସଂଖ୍ୟା ୨୮,୮୬୨, ଚିକିତ୍ସିତ ସଂଖ୍ୟା ୬୫, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୮୪, ସୁସ୍ଥ ସଂଖ୍ୟା ୨୧,୬୧୭, ଚିକିତ୍ସିତ ସଂଖ୍ୟା ୧୧, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୭୨ ଜଣଙ୍କ ମଧ୍ୟରୁ ୪୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।