ଭୁବନେଶ୍ବର,୩୧/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୪ । ବର୍ତ୍ତମାନ ସୁଦ୍ଧା ୭୭,୦୯,୬୦୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୦୭୨ ଚିହ୍ନଟ ହୋଇଛନ୍ତି ୩,୩୧,୯୬୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୬ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୩୭,ସୁସ୍ଥ ସଂଖ୍ୟା ୫୨,୬୪୨, ଚିକିତ୍ସିତ ସଂଖ୍ୟା ୫୦, ମୃତ ସଂଖ୍ୟା ୩୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୨୮, ସୁସ୍ଥ ସଂଖ୍ୟା ୨୮,୭୮୦, ଚିକିତ୍ସିତ ସଂଖ୍ୟା ୧୦୩, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୭୩, ସୁସ୍ଥ ସଂଖ୍ୟା ୨୧,୬୦୭, ଚିକିତ୍ସିତ ସଂଖ୍ୟା ୧୦, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୧୪ ଜଣଙ୍କ ମଧ୍ୟରୁ ୬୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୪୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।