ଭୁବନେଶ୍ବର,୨୭/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୮ । ବର୍ତ୍ତମାନ ସୁଦ୍ଧା ୭୬,୧୨,୭୧୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୬୬୭ ଚିହ୍ନଟ ହୋଇଛନ୍ତି ୩,୩୧,୪୨୭ ଜଣ ସୁସ୍ଥ ହୋଇଥିବା ବେଳେ ୧,୨୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୬ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୧୫,ସୁସ୍ଥ ସଂଖ୍ୟା ୫୨,୬୧୫, ଚିକିତ୍ସିତ ସଂଖ୍ୟା ୫୫, ମୃତ ସଂଖ୍ୟା ୩୩୫, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୯୯, ସୁସ୍ଥ ସଂଖ୍ୟା ୨୮,୭୬୪, ଚିକିତ୍ସିତ ସଂଖ୍ୟା ୯୦, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୬୬, ସୁସ୍ଥ ସଂଖ୍ୟା ୨୧,୫୯୮, ଚିକିତ୍ସିତ ସଂଖ୍ୟା ୧୨, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୩୮ ଜଣଙ୍କ ମଧ୍ୟରୁ ୮୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।