ଭୁବନେଶ୍ବର,୨୫/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୦ । ବର୍ତ୍ତମାନ ସୁଦ୍ଧା ୭୫,୬୮,୨୧୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୪୩୦ ଚିହ୍ନଟ ହୋଇଛନ୍ତି ୩,୩୧,୧୪୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୩୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୬ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୯୩,ସୁସ୍ଥ ସଂଖ୍ୟା ୫୨,୫୯୧, ଚିକିତ୍ସିତ ସଂଖ୍ୟା ୫୭, ମୃତ ସଂଖ୍ୟା ୩୩୫, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୬୫, ସୁସ୍ଥ ସଂଖ୍ୟା ୨୮,୭୫୩, ଚିକିତ୍ସିତ ସଂଖ୍ୟା ୭୬, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୬୨, ସୁସ୍ଥ ସଂଖ୍ୟା ୨୧,୫୯୪, ଚିକିତ୍ସିତ ସଂଖ୍ୟା ୧୨, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୩୦ ଜଣଙ୍କ ମଧ୍ୟରୁ ୭୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।