ଭୁବନେଶ୍ବର,୨୨/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୪ । ବର୍ତ୍ତମାନ ସୁଦ୍ଧା ୭୫,୦୧,୬୯୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୮୬୬ ଚିହ୍ନଟ ହୋଇଛନ୍ତି ୩,୩୦,୫୪୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୭୯,ସୁସ୍ଥ ସଂଖ୍ୟା ୫୨,୫୫୮, ଚିକିତ୍ସିତ ସଂଖ୍ୟା ୭୭, ମୃତ ସଂଖ୍ୟା ୩୩୪, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୩୬, ସୁସ୍ଥ ସଂଖ୍ୟା ୨୮,୭୧୭, ଚିକିତ୍ସିତ ସଂଖ୍ୟା ୭୪, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୫୮, ସୁସ୍ଥ ସଂଖ୍ୟା ୨୧,୫୮୮, ଚିକିତ୍ସିତ ସଂଖ୍ୟା ୧୪, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୫୪ ଜଣଙ୍କ ମଧ୍ୟରୁ ୮୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୬୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।