ଭୁବନେଶ୍ବର,୧୭/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୩ । ବର୍ତ୍ତମାନ ସୁଦ୍ଧା ୭୩,୭୬,୮୯୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୩୧୦ ଚିହ୍ନଟ ହୋଇଛନ୍ତି ୩,୨୯,୩୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୦୩୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୪୦,ସୁସ୍ଥ ସଂଖ୍ୟା ୫୨,୪୮୧, ଚିକିତ୍ସିତ ସଂଖ୍ୟା ୧୧୫, ମୃତ ସଂଖ୍ୟା ୩୩୪, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୧୧, ସୁସ୍ଥ ସଂଖ୍ୟା ୨୮,୬୬୯, ଚିକିତ୍ସିତ ସଂଖ୍ୟା ୯୮, ମୃତ ସଂଖ୍ୟା ୧୪୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୪୬, ସୁସ୍ଥ ସଂଖ୍ୟା ୨୧,୫୭୭, ଚିକିତ୍ସିତ ସଂଖ୍ୟା ୧୩, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୮୩ ଜଣଙ୍କ ମଧ୍ୟରୁ ୧୦୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୭୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।